Latest Odisha News

BREAKING NEWS

କୋଚ, ଅଧିନାୟକ, ରଣନୀତିର ରିଭ୍ୟୁ କରିବ ବିସିସିଆଇ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ଶୋଚନୀୟ ଭାବେ ହାରିବା ପରେ ବିସିସିଆଇ ପ୍ରଦର୍ଶନ ନେଇ ଅସନ୍ତୋଷ ବ୍ୟକ୍ତ କରିଛି । ସିରିଜ ସମାପ୍ତ ହେବା ପରେ ବିସିସିଆଇ କୋଚ, ଅଧିନାୟକ ଓ ରଣନୀତିର ରିଭ୍ୟୁ କରିବ ବୋଲି ଏଏନଆଇରେ ରିପୋର୍ଟ ପ୍ରକାଶ ପାଇଛି । ଟି୨୦ ବିଶ୍ୱକପ ଜିତିଥିବା ଦଳ ହଠାତ ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଏ ଭଳି ପ୍ରଦର୍ଶନ କରିବ ବୋଲି କେହି ଭାବି ନ ଥିଲେ । କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ଶ୍ରେୟାଶ ଆୟାର ବିସିସିଆଇ ରାଡାରରେ ରହିଛନ୍ତି ।

୨୦୧୪ ପରେ ଇଂଲଣ୍ଡ ନିକଟରୁ ଭାରତ ଟି୨୦ ସିରିଜ ହାରିଛି । ଉଭୟ ଟିମ ମଧ୍ୟରେ ୧୦ଟି ସିରିଜ ଖେଳାଯାଇଛି । ଭାରତ ୫ ଓ ଇଂଲଣ୍ଡ ୪ ଜିତିଥିବା ବେଳେ ଗୋଟିଏ ସିରିଜ ଡ୍ର ରହିଛି । ଶ୍ରେୟାଶଙ୍କ ନେତୃତ୍ୱରେ ଭାରତ କ୍ରମାଗତ ୨ଟି ସିରିଜରେ ପରାଜୟବରଣ କରିଛି । ବିଶ୍ୱକପ ବିଜୟୀ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ହଟେଇ ବିସିସିଆଇ ଶ୍ରେୟାଶଙ୍କୁ ନେତୃତ୍ୱ ଭାର ପ୍ରଦାନ କରିଥିଲା । ଯାହା ବୁମେରାଂ ସାବ୍ୟସ୍ତ ହୋଇଛି । ରିଭ୍ୟୁ ପରେ ବିସିସିଆଇ କଣ ନିଷ୍ପତି ନେଉଛି ସେଥିପ୍ରତି ସମସ୍ତଙ୍କ ନଜର ରହିବ ।

Leave A Reply

Your email address will not be published.