Latest Odisha News

ଆଇପିଏଲ ଠିକ ପୂର୍ବରୁ ବିସିସିଆଇ ନେଲା ବଡ ନିଷ୍ପତି

ନୂଆଦିଲ୍ଲୀ: ବିସିସିଆଇ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପୂର୍ବରୁ ଏକ ବଡ ନିଷ୍ପତି ନେଇଛି । ୧୦ଟିମର ଅଧିନାୟକଙ୍କୁ ନେଇ ଆୟୋଜିତ ବୈଠକ ପରେ ବିସିସିଆଇ ବଲ ଉପରେ ଲାଳ ଲଗାଯିବାେ ପ୍ରତିବନ୍ଧକୁ ହଟେଇ ଦେଇଛି । କରୋନା ସମୟରେ ଆଇସିସି ଏହା ଉପରେ ପ୍ରତିବନ୍ଧ ଲଗାଇଥିଲା । ଯାହାକୁ ବିସିସିଆଇ ମାନିବାକୁ ବାଧ୍ୟ ହୋଇଥିଲା । ବୈଠକରେ ଅଧିକାଂଶ ଅଧିନାୟକ ପ୍ରତିବନ୍ଧ ଉଠାଯିବା ସପକ୍ଷରେ ମତ ଦେଇଥିଲେ । ଏହା ପୂର୍ବରୁ ଭାରତର ଷ୍ଟାର ପେସ ବୋଲର ମହମ୍ମଦ ସାମୀ ଲାଳ ଲଗାଇବା ପ୍ରତିବନ୍ଧକୁ ଉଠାଇଦେବା ପାଇଁ ଅନୁରୋଧ କରିଥିଲେ ।

ଲାଳ ଲଗାଇଲେ ବୋଲରଙ୍କୁ ରିଭର୍ସ ସୁଇଂ କରାଇବାରେ ସଫଳ ହୋଇଥାଏ । ମାର୍ଚ୍ଚ ୨୨ରୁ ଆଇପିଏଲର ୧୮ତମ ସଂସ୍କରଣ ଆରମ୍ଭ ହୋଇଯିବ । ୧୦ଟି ଟିମ ମଧ୍ୟରେ ୧୩ଟି ସ୍ଥାନରେ ୬୫ ଦିନରେ ୭୪ ମ୍ୟାଚ ଖେଳାଯିବ । ଫାଇନାଲ ଏବଂ ପ୍ଲେଅଫର ସମସ୍ତ ମୁକାବିଲା ୨୦ରୁ ୨୫ ମେ ପର୍ଯ୍ୟନ୍ତ ହାଇଦ୍ରାବାଦ ଓ କୋଲକାତାରେ ଆୟୋଜିତ ହେବ ।

Leave A Reply

Your email address will not be published.