ମୁମ୍ବାଇ: ବିସିସିଆଇ ମହିଳା କ୍ରିକେଟରଙ୍କ ପାଇଁ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ଜାରୀ କରି ସାରିଛି । ଖୁବ ଶୀଘ୍ର ପୁରୁଷ ଖେଳାଳିଙ୍କ କଂଟ୍ରାକ୍ଟ ମଧ୍ୟ ପ୍ରସ୍ତୁତ କରାଯିବ । ରିପୋର୍ଟ ମୁତାବକ ଭାରତର ୩ ଜଣ ସିନିୟର ଖେଳାଳି ବିରାଟ କୋହଲି, ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଏ ପ୍ଲସ କାଟାଗୋରୀରୁ ବାଦ ପଡି ପାରନ୍ତି । ଗତ କଂଟ୍ରାକ୍ଟରେ ୩୦ ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିଲା । ଏ ପ୍ଲସ କାଟାଗୋରୀ ପାଇଁ ୭ କୋଟି, ଏ ପାଇଁ ୫ କୋଟି ଏବଂ ବି ଓ ସି ନିମନ୍ତେ ୩ ଓ ୧ କୋଟି ଟଙ୍କା ରଖା ଯାଇଛି ।
ରାଷ୍ଟ୍ରୀୟ ଚୟନ କମିଟି ମୂଖ୍ୟ କୋଚ ଓ ସେକ୍ରେଟାରୀଙ୍କ ପରାମର୍ଶରେ ଖେଳାଳିଙ୍କ ସୂଚୀ ପ୍ରସ୍ତୁତ କରିଥାନ୍ତି । ଏବେ ପ୍ରଶ୍ନ ଉଠୁଛି ଉପରୋକ୍ତ ୩ଜଣ ଖେଳାଳିଙ୍କୁ କାହିଁକି ଏ ପ୍ଲସରେ ସାମିଲ କରାଯିବନି । ଏହି କାଟାଗୋରୀରେ ପ୍ରାୟତଃ ୩ଟି ଯାକ ଫର୍ମାଟରେ ଖେଳୁଥିବା ଖେଳାଳିଙ୍କୁ ସୁଯୋଗ ମିଳିଥାଏ । କୋହଲି, ରୋହିତ ଓ ଜାଡେଜା ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ରବିଚନ୍ଦ୍ରନ ଅଶ୍ୱୀନ ଅବସରକେବଳ ଯଶପ୍ରୀତ ବୁମରାହ ଏକମାତ୍ର ଖେଳାଳି ଯିଏ କି ୩ଟି ଯାକ ଫର୍ମାଟରେ ଖେଳୁଛନ୍ତି । ବିସିସିଆଇର ଏକ ପ୍ରଭାବଶାଳୀ ଶ୍ରେଣୀ କିନ୍ତୁ ଏଥିରେ ବଡ ଧରଣର ପରିବର୍ତନ ଚାହୁଁ ନାହାନ୍ତି ।
ଅକ୍ଷର ପଟେଲଙ୍କୁ ବିରୁ ଏ ଶ୍ରେଣୀକୁ ପଦୋନ୍ନତି ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଶ୍ରେୟାଶ ଆୟାର ମଧ୍ୟ ପୂନର୍ବାର ସେଂଟ୍ରାଲ କଂଟ୍ରାକ୍ଟରେ ସାମିଲ ହୋଇ ପାରନ୍ତି । କେନ୍ଦ୍ରୀୟ ଚୁକ୍ତିରେ ସାମିଲ ହେବା ପାଇଁ ଜଣେ ଖେଳାଳିଙ୍କୁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୩ଟି ଟେଷ୍ଟ, ୮ଟି ଦିନିକିଆ କିମ୍ବା ୧୦ଟି୨୦ ମ୍ୟାଚ ଖେଳିବା ଜରୁରୀ । ଯଶସ୍ୱର ଜୈସୱାଲଙ୍କ ପଦୋନ୍ନତି ହେଉଛି କି ନାହିଁ ସେଥିପ୍ରତି ମଧ୍ୟ ନଜର ରହିବ । ଏହି ତାଲିକାରେ ଯୁବ ଖେଳାଳିଙ୍କ ମଧ୍ୟରେ ଆକାଶଦୀପ, ସର୍ଫରାଜ ଖାଁ, ନୀତିଶ କୁମାର ରେଡ୍ଡୀ ମଧ୍ୟ ସାମିଲ ହୋଇ ପାରନ୍ତି ।
Comments are closed.