Latest Odisha News

BREAKING NEWS

ଆଘାତପ୍ରାପ୍ତ ଖେଳାଳିଙ୍କ ପାଇଁ ଘରୋଇ କ୍ରିକେଟରେ ନିୟମ ପରିବର୍ତନ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଗାମୀ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଆଘାତପ୍ରାପ୍ତ ଖେଳାଳିଙ୍କୁ ନେଇ ଏକ ବଡ ନିୟମ ପରିବର୍ତନ କରିଛି । ଘରୋଇ କ୍ରିକେଟରେ ଆଗକୁ ଆଘାତପ୍ରାପ୍ତ ଖେଳାଳିଙ୍କ ବଦଳରେ ଅନ୍ୟ ଖେଳାଳିଙ୍କୁ ଖେଳାଇବା ସୁଯୋଗ ମିଳିବ । ନିକଟରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଅବସରରେ ଏହି ନିୟମକୁ ନେଇ ଆଲୋଚନା ଜୋର ଧରିଥିଲା । ଟିମ ଇଣ୍ଡିଆ କୋଚ ଗୌତମ ଗମ୍ଭୀର ଏହା ସପକ୍ଷରେ ଥିବା ବେଳେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଏହାକୁ ପସନ୍ଦ କରି ନ ଥିଲେ । ଏହି ସିରିଜ ଅବସରରେ ରିଷଭ ପନ୍ତ ଓ କ୍ରିସ ୱକସ ଗୁରୁତର ଆଘାତପ୍ରାପ୍ତ ହୋଇଥିଲେ । ଏହାର ପ୍ରଭାବ ଟିମର ପ୍ରଦର୍ଶନ ଉପରେ ପଡିଥିଲା ।

ଏବେ ବିସିସିଆଇ ଘରୋଇ କ୍ରିକେଟରେ ଲାଗୁ କରାଯାଇଥିବା ନିୟମ ଅନୁସାରେ କନକସନ ପ୍ରତିସ୍ଥାପନ ନିୟମ ପରି ଏହି ନିୟମ ଲାଗୁ ହେବ ବୋଲି କହିଛି । ଏହା ବ୍ୟତୀତ ଅନ୍ୟ କେତେଗୁଡିଏ ନିୟମରେ ମଧ୍ୟ ପରିବର୍ତନ କରାଯାଇଛି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ସୟେଦ ମୁସ୍ତାକ ଅଲୀ କିମ୍ବା ବିଜୟ ହଜାରେ ଟୁର୍ଣ୍ଣାମେଂଟରେ କିନ୍ତୁ ଏହି ନିୟମ ଲାଗୁ ହେବନି । ସିକେ ନାୟୁଡୁ ଟ୍ରଫି ଓ ୧୯ ବର୍ଷରୁ କମ ବହୁ ଦିବସୀୟ କ୍ରିକେଟରେ କିନ୍ତୁ ଏହି ନିୟମ ଲାଗୁ ହେବ । ଏବେ ସମସ୍ତଙ୍କ ନଜର ଆଇପିଏଲର ପରବର୍ତୀ ସଂସ୍କରଣ ଉପରେ ରହିଛି । ଆଇସିସି ତାର ପରବର୍ତୀ ବୈଠକରେ ମଧ୍ୟ ଏ ସମ୍ପର୍କରେ ନିଷ୍ପତି ନେଇପାରେ ବୋଲି ଅନୁମାନ କରାଯାଉଛି ।

Comments are closed.