Latest Odisha News

ଡିଆରଏସ ନିୟମରେ ବଡ ପରିବର୍ତନ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜନ ଆରମ୍ଭରୁ ବିସିସିଆଇ ଅନେକ ନୂଆ ନିୟମ ଲାଗୁ କରିଛି । ଏବେ ବିସିସିଆଇ ଡିଆରଏସ ନିୟମକୁ ନେଇ ବଡ ପରିବର୍ତନ କରିଛି । ଏହା ମାଧ୍ୟମରେ ଗୋଟିଏ ଟିମର ଚାଲାକି ଧରା ପଡିବ । ଡିଆରଏସରେ ଥାର୍ଡ ଅମ୍ପାୟର ସେହି ନିଷ୍ପତି ନେଇ ଶୁଣାଣୀ କରିବ ଯାହାକୁ ନେଇ ଟିମ ଆବେଦନ କରିଥିବ । କ୍ରିକବିଜ ରିପୋର୍ଟ ଅନୁସାରେ ବିସିସିଆଇ ଆଇପିଏଲର ୧୦ ଟିମର ଅଧିନାୟକଙ୍କୁ ନେଇ ଆଲୋଚନା କରିବା ପରେ ଏହି ନିୟମ ପରିବର୍ତନ ସମ୍ପର୍କରେ ଜଣାଇଛି । ବିସିସିଆଇ ମ୍ୟାଚ ରେଫରୀ ହେଡ ଜଭାଗଲ ଶ୍ରୀନାଥ ଓ ଅମ୍ପାୟର ହେଡ ନିତିନ ମେନନଙ୍କ ମାଧ୍ୟମରେ ବିସ୍ତୃତ ଭାବେ ଏହାକୁ ବୁଝାଇଥିଲେ ।

ପୂର୍ବରୁ ଡିଆରଏସରେ ଅମ୍ପାୟରଙ୍କ ନିଷ୍ପତି ବିରୋଧରେ ଆବେଦନ କରାଯାଇଥାଏ । ଉଦାହରଣ ସ୍ୱରୂପ କ୍ୟାଚ ପାଇଁ ଆବେଦନ କରାଯାଇଥିବା ବେଳେ ଯାଂଚ ବେଳେ ଏହା ୱାଇଡ ବଲ ଅଛି କି ନାହିଁ ତାହା ମଧ୍ୟ ଦେଖାଯାଉଥିଲା । ଏବେ ଫିଲ୍ଡିଂ ଟିମ ଯଦି କ୍ୟାଚ ପାଇଁ ଆବେଦନ କରିଛି ତାହା ଉପରେ ନିଷ୍ପତି ଶୁଣାଯିବ । ସେହିପରି କନକଶନ ନିୟମରେ ମଧ୍ୟ ପରିବର୍ତନ କରାଯାଇଛି । ସବଷ୍ଟିଚ୍ୟୁଟ ଖେଳାଳିଙ୍କ ବଦଳ କରିବା ପୂର୍ବରୁ ଏଥିପାଇଁ ଉଦ୍ଦିଷ୍ଟ ୫ଜଣଙ୍କ ମଧ୍ୟରୁ ଜଣେ ସାମିଲ ହୋଇପାରିବ । ଯଦି ୱିକେଟକିପରକୁ ବଦଳିବା ନିଷ୍ପତି ହୁଏ ତେବେ ଚୂଡାନ୍ତ ଦଳରୁ ଜଣଙ୍କୁ ଏହି ଦାୟିତ୍ୱ ଦିଆଯିବ ।

Leave A Reply

Your email address will not be published.