Latest Odisha News

BREAKING NEWS

୨୦୨୭ ବିଶ୍ୱକପ: ଖେଳାଳିଙ୍କ ଆଇପିଏଲ ପ୍ରଦର୍ଶନ ଉପରେ ବିସିସିଆଇର ନଜର

ନୂଆଦିଲ୍ଲୀ: ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ ହୋଇଯିବ । ଏଥର ଆଇପିଏଲ ପ୍ରଦର୍ଶନ ଖେଳାଳିମାନଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ରିପୋର୍ଟ ଅନୁସାରେ ବିସିସିଆଇ ୨୦୨୭ ଦିନିକିଆ ବିଶ୍ୱକପକୁ ଆଖି ଆଗରେ ରଖି ୨୦ଜଣିଆ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ଆଇପିଏଲରେ ଏହି ଖେଳାଳିଙ୍କ ପ୍ରଦର୍ଶନ ଉପରେ ବିସିସିଆଇର ନଜର ରହିବ । ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଏ ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି । ଫର୍ମ ଏବଂ ଫିଟନେସ ଉପରେ ବିଶେଷ ଭାବେ ନଜର ରଖାଯିବ । ଆଇପିଏଲରେ ପ୍ରାୟ ସମସ୍ତ ଖେଳାଳି ଖେଳିଥିବାରୁ ଚୟନ କମିଟିକୁ ଟିମ ଚୟନ ପାଇଁ ଏକ ଭଲ ପ୍ଲାଟଫର୍ମ ମିଳିଛି ।

ପଞ୍ଜାବରେ ୬ରୁ ୧୦ ଜୁନ ପର୍ଯ୍ୟନ୍ତ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ମଧ୍ୟ ଟିମ ଇଣ୍ଡିଆ ଫୁଲ ଷ୍ଟ୍ରେନ୍ଥ ଟିମକୁ ନେଇ ଖେଳିବ । ଚୟନ କମିଟି ଖେଳାଳିଙ୍କ ଉପରେ ନଜର ରଖିବା ପାଇଁ ଟିମ ଭାଗ କରିଛି । ଅଗରକର ମୁମ୍ବାଇରେ ରହିବେ । ସେହିପରି ଶିବସୁନ୍ଦର ଦାସ କୋଲକାତାରେ ଏବଂ ଆରପି ସିଂ ଓ ଅଜୟ ରାତ୍ରା ଏନସିଆରରେ ମ୍ୟାଚ ଦେଖିବେ । ପ୍ରଜ୍ଞାନ ଓଝା ବେଙ୍ଗାଲୁର ଓ ହାଇଦ୍ରାବାଦରେ ମୁକାବିଲା ଉପରେ ନଜର ରଖିବେ । ଅଗଷ୍ଟରୁ ମାର୍ଚ୍ଚ ମଧ୍ୟରେ ଭାରତ ୯ ଟେଷ୍ଟ ମ୍ୟାଚ ଖେଳିବ । ଏହି ସମସ୍ତ ମ୍ୟାଚରେ ରେଡ ବଲ ସ୍ପେଶାଲିଷ୍ଟ ଖେଳିବେ । ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଆଇପିଏଲରେ ଖେଳିବା ସହ ଫିଟ ରହିଲେ ଆଫଗାନିସ୍ତାନ ବିପକ୍ଷରେ ଖେଳିବେ ।

Leave A Reply

Your email address will not be published.