Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ବାଂଲାଦେଶ ବିବାଦ ନେଇ ମୁହଁ ଖୋଲିଲା ବିସିସିଆଇ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୈତିକତା ଅସ୍ଥିରତା ଲାଗି ରହିଛି । ଏହାର ପ୍ରଭାବ କ୍ରୀଡା କ୍ଷେତ୍ରରେ ପଡିଛି । ଆଇପିଏଲରୁ ବାଂଲାଦେଶର ମୁସ୍ତାଫିଜୁର ରହେମାନଙ୍କୁ ବାହାର କରାଯିବା ପରେ ବାଂଲାଦେଶ ଟି୨୦ ବିଶ୍ୱକପ ଭାରତରେ ଖେଳିବାକୁ ମନା କରିଛି । ସୂଚନାଯୋଗ୍ୟ, ଭାରତ ଓ ଶ୍ରୀଲଙ୍କାରେ ଟି୨୦ ବିଶ୍ୱକପ ୨୦୨୬ ଆୟୋଜିତ ହେବ । କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇ ସାରିଥିବାରୁ ଆଇସିସି ବାଂଲାଦେଶର ଅନୁରୋଧ ରଖିପାରିନି । ଏବେ ଏହି ଘଟଣାରେ ବିସିସିଆଇ ମୁହଁ ଖୋଲିଛି । ମୁମ୍ବାଇରେ ଆୟୋଜିତ ବିସିସିଆଇ ବୈଠକ ପରେ ସେକ୍ରେଟାରୀ ଦେବଜିତ ସାଇକିଆଙ୍କୁ ଏ ସମ୍ପର୍କରେ ପଚରା ଯାଇଥିଲା ।

ସେ କହିଥିଲେ ଆମେ ଏଠାରେ ବାଂଲାଦେଶ ସମ୍ପର୍କରେ ଆଲୋଚନା କରିବାକୁ ଆସି ନ ଥିଲୁ । ଏହା ଆମ ଡୋମେନରେ ନାହିଁ । ଆମେ ଏଠାରେ କ୍ରିକେ ପ୍ରତିଭାଙ୍କୁ କିପରି ଆହୁରି ବିକଶିତ କରିପାରିବୁ ସେ ନେଇ ଆଲୋଚନା କରିଥିଲୁ । ଭବିଷ୍ୟ ପାଇଁ ଆମେ ରୋଡମ୍ୟାପ ପ୍ରସ୍ତୁତ କରୁଛୁ । ଏହି ବୈଠକରେ ବିସିସିଆଇ ସଭାପତି ମିଥୁନ ମନହାସ, ଉପ ସଭାପତି ରାଜୀବ ଶୁକ୍ଲା ଓ ଜଂଏଟ ସେକ୍ରେଟାରୀ ପ୍ରଭତେଜ ଭାଟିୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.