Latest Odisha News

BREAKING NEWS

ଆଇପିଏଲ ନେଇ ବିସିସିଆଇ ଜାରୀ କରିଛି କଡା ନିୟମ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ସିଜନ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଶୃଙ୍ଖଳିତ ଭାବେ ଏହାକୁ ଆୟୋଜନ କରିବା ପାଇଁ କେତେକ କଠୋର ନିୟମ ଜାରୀ କରିଛି । ଫ୍ରାଂଚାଇଜ ୨ଟି ଅଭ୍ୟାସ ମ୍ୟାଚରୁ ଅଧିକ ଖେଳିପାରିବ ନାହିଁ । ଅଧିକ ଖେଳିବାକୁ ହେଲେ ବିସିସିଆଇଠାରୁ ଅନୁମତି ନେବାକୁ ପଡିବ । ଯଦି ବିସିସିଆଇ ରାଜି ହୁଏ ତେବେ ମଧ୍ୟ ମୁକାବିଲା ହେବାକୁ ଥିବା ପିଚରେ ଏହା ଆୟୋଜିତ ହେବନି । ଫ୍ଲଡଲାଇଟ୍ସରେ ଅଭ୍ୟାସ ମ୍ୟାଚ ଖେଳାଗଲେ ଏହା ୩ଘଂଟା ୩୦ ମିନିଟରୁ ଅଧିକ ସମୟ ହେବନି ।

ବିରୋଧୀ ଟିମ ବ୍ୟବହାର କରିଥିବା ନେଟ୍ସ ଓ ପିଚ ଅନ୍ୟ କୌଣସି ଟିମ ବ୍ୟବହାର କରିପାରିବ ନାହିଁ । ଫ୍ରାଂଚାଇଜ ଟିମ ଘରୋଇ ମ୍ୟାଚର ୪ ଦିନ ପୂର୍ବରୁ ମୂଖ୍ୟ ପିଚ ଉପରେ କୌଣସି ଅଭ୍ୟାସ କରିବା ପାଇଁ ଅନୁମତି ଦିଆଯିବନି । ଯଦି ଆବଶ୍ୟକ ହୁଏ ବିକଳ୍ପ ଗ୍ରାଉଣ୍ଡର ବ୍ୟବସ୍ଥା କରାଯିବ । ବିସିସିଆଇ ଆଇପିଏଲକୁ ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ କରିବାକୁ ଚାହିଁଛି । ପୂର୍ବରୁ ଘରୋଇ ପରିବେଶରେ ମ୍ୟାଚ ଖେଳାଯିବାରେ ପକ୍ଷପାତିତା ହୋଇଥିବା ଅଭିଯୋଗ ହୋଇଥିଲା । ମ୍ୟାଚର କ୍ୱାଲିଟି ମଧ୍ୟ ପ୍ରଭାବିତ ହୋଇଥିଲା । ବିସିସିଆଇ ଉଭୟ ଦଳକୁ ଯେପରି ସମାନ ସୁଯୋଗ ମିଳିବ ସେ ନେଇ ଏହି ଗାଇଡଲାଇନ ଜାରୀ କରିଛି ।

Leave A Reply

Your email address will not be published.