ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଆଗାମୀ ଏସିଆ କପ ପାଇଁ ମନୋନିବେଶ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଦଳ ଚାମ୍ପିୟନ ହେବା ଆଶା ରଖିଛି । ଆସନ୍ତା ବର୍ଷ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଏଥର ଏସିଆ କପ ଟି୨୦ ଫର୍ମାଟରେ ଖେଳାଯାଉଥିବାରୁ ଟିମ ଇଣ୍ଡିଆକୁ ଏହା ଫାଇଦାରେ ରଖିବ ବୋଲି ଅନୁମାନ କରାଯାଉଛି । କ୍ରିକବ୍ଲଗର ରିପୋର୍ଟ ଅନୁସାରେ ମହେନ୍ଦ୍ର ସିଂ ଧୋନୀଙ୍କୁ ବିସିସିଆଇ ଆଗାମୀ ଟି୨୦ ବିଶ୍ୱକପରେ ଭାରତୀୟ ଟିମର ମେଂଟର କରିବାକୁ ଚାଁହୁଛି । ତେବେ ଧୋନୀ ଏଥିପାଇଁ ରାଜି ହେଉଛନ୍ତି କି ନାହିଁ ତାହା ଦେଖିବା କଥା । ୨୦୨୧ରେ ଧୋନୀ ଭାରତୀୟ ଦଳର ମେଂଟର ଦାୟିତ୍ୱ ତୁଲାଇ ସାରିଛନ୍ତି । କୋଚ ଗୌତମ ଗମ୍ଭୀରଙ୍କ ଉପସ୍ଥିତିରେ ଧୋନୀ ଯଦି ମେଂଟର ହେବେ ତାହା ଭିନ୍ନ ପରିବେଶ ସୃଷ୍ଟି ହେବ ବୋଲି ପୂର୍ବତନ କ୍ରିକେଟର ମନୋଜ ତିୱାରୀ କହିଛନ୍ତି ।
ଗମ୍ଭୀର ଓ ଧୋନୀଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ସମସ୍ତ କ୍ରିକେଟପ୍ରେମୀ ଜାଣିଛନ୍ତି । ଧୋନୀଙ୍କ ନେତୃତ୍ୱରେ ଭାରତ ୩ଟି ଆଇସିସି ଟ୍ରଫି ଜିତିଛି । ଧୋନୀଙ୍କ ଅଭିଜ୍ଞତା ନିଶ୍ଚିତ ଭାବେ ଦଳକୁ ଫାଇଦାରେ ରଖିବ ବୋଲି ତିୱାରୀ କହିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏବେ ଟି୨୦ ବିଶ୍ୱକପ ଟାଇଟଲ ନିଜ ପାଖରେ ରଖିଛି । ବିଶ୍ୱକପ ପରେ ରୋହିତ ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଟାଇଟଲକୁ ବଜାୟ ରଖିବା ପାଇଁ ଭାରତୀୟ ଦଳ ନିଶ୍ଚିତ ଭାବେ ଚାହିଁବ ।
Comments are closed.