ଗୋଆ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମାର୍ଚ୍ଚ ୩୦ରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଘୁଚାଂଇ ଦେଇଛି । ବୈଠକ କେବେ ହେବ ସେ ସମ୍ପର୍କରେ ବିିସିସିଆଇ ପକ୍ଷରୁ କିଛି କୁହାଯାଇ ନାହିଁ । ମହିଳାଙ୍କ ପରେ ବିସିସିଆଇ ପୁରୁଷ ଖେଳାଳିଙ୍କ ସେଂଟ୍ରାଲ କଂଟ୍ରାକ୍ଟ ଘୋଷଣା କରିବ ବୋଲି ଅନୁମାନ କରାଯାଉଥିଲା । ଏହା ବ୍ୟତୀତ ଇଂଲଣ୍ଡ ଗସ୍ତ ପାଇଁ ଆବଶ୍ୟକ ପ୍ରସ୍ତୁତି ନେଇ ଚର୍ଚ୍ଚା ହୋଇଥାନ୍ତା । ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରାହ ଏ ପ୍ଲସ କାଟାଗୋରୀରେ ରହିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବୁମରାହଙ୍କ ବ୍ୟତୀତ ଅନ୍ୟମାନେ ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଇ ସାରିଛନ୍ତି । ବୋର୍ଡର କେତେକ ସଦସ୍ୟ ଏଥିରେ ସହମତ ନ ଥିବା ଜଣାପଡିଛି ।
ସେହିପରି ଶ୍ରେୟାଶ ଆୟାର ଓ ବରୁଣ ଚକ୍ରବର୍ତିଙ୍କୁ ସେଂଟ୍ରାଲ କଂଟ୍ରାକ୍ଟରେ ସାମିଲ କରାଯାଇପାରେ । ଗତ ବର୍ଷ ଶ୍ରେୟାଶଙ୍କୁ ଏଥିରୁ ବାଦ ଦିଆ ଯାଇଥିଲା । ସେ ଏବେ ଘରୋଇ କ୍ରିକେଟ ଓ ଚାମ୍ପିୟନ୍ସ ଟ୍ରଫିରେ ଭଲ ପ୍ରଦର୍ଶନ କରି ପ୍ରଭାବିତ କରିଛନ୍ତି । ପୂର୍ବରୁ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଥିଲା ଯେ, ରୋହିତ ଆଗାମୀ ଇଂଲଣ୍ଡ ଗସ୍ତରେ ଯିବା ପାଇଁ ଚାହୁଁ ନାହାନ୍ତି । ଏ ସମ୍ପର୍କରେ ମଧ୍ୟ ବୋର୍ଡକୁ ନିଷ୍ପତି ନେବାକୁ ପଡିବ ।
Comments are closed.