Latest Odisha News

ପୂର୍ବତନ ଖେଳାଳିଙ୍କ ଉଦ୍ୟମ ଯୋଗୁ ଗାଏକ୍ୱାଡଙ୍କୁ ଆର୍ଥୀକ ସହାୟତା ଯୋଗାଇଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବ ଖେଳାଳି ଓ ଟିମ ଇଣ୍ଡିଆର ପୂର୍ବତନ କୋଚ ଅଂଶୁମାନ ଗାଏକ୍ୱାଡଙ୍କୁ ଶେଷରେ ଆର୍ଥୀକ ସହାୟତା ବିସିସିଆଇ ଯୋଗାଇଛି । ଗାଏକ୍ୱାଡ ଦୀର୍ଘ ଦିନ ହେବ ବ୍ଲଡ କ୍ୟାନ୍ସରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ସହଯୋଗ କରିବା ପାଇଁ ଅନ୍ୟ ପୂର୍ବତନ କ୍ରିକେଟର ବିସିସିଆଇକୁ ଅନୁରୋଧ କରିଥିଲେ । ନିକଟରେ ୧୯୮୩ ବିଶ୍ୱକପ ବିଜେତା ଟିମର ଅଧିନାୟକ କପିଳ ଦେବଙ୍କ ସମେତ ମହିନ୍ଦର ଅମରନାଥ, ସୁନୀଲ ଗାଭାସ୍କର, ଦିଲୀପ ଭେଙ୍ଗସରକାର, ମଦନ ଲାଲ, ରବି ଶାସ୍ତ୍ରୀ ଓ କୀର୍ତି ଆଜାଦ ଆବଶ୍ୟକ ମୁତାବକ ଫଣ୍ଡ ଯୋଗାଡ କରିବା ପାଇଁ ଉଦ୍ୟମ କରିଥିଲେ ।

ଏବେ ବିସିସିଆଇ ଏଥି ନିମନ୍ତେ ତାଙ୍କୁ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ବୋଲି ସେକ୍ରେଟାରୀ ଜୟ ଶାହ କହିଛନ୍ତି । ଆଗକୁ ଆମେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛୁ । ଆମେ ତାଙ୍କ ପରିବାରଙ୍କ ସହ ଅଛୁ ବୋଲି ଶାହ କହିଛନ୍ତି । ଗାଏକ୍ୱାଡ ୧୯୭୫ରୁ ୧୯୮୭ ମଧ୍ୟରେ ଭାରତ ପକ୍ଷରୁ ୪୦ ଟେଷ୍ଟ ଓ ୧୫ ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ୧୯୯୭, ୧୯୯୯ ଓ ୨୦୦୦ରେ ଭାରତୀୟ ଟିମର କୋଚ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ସିରିଜ ୨-୧ରେ ଏବଂ ନ୍ୟୁଜିଲାଣ୍ଡ ବିରୋଧରେ ଦିନିକିଆ ସିରିଜ ଡ୍ର ରଖିଥିଲା ।

Comments are closed.