Latest Odisha News

BREAKING NEWS

ଏସିଆ କପ୍ ୨୦୨୫ରୁ ଓହରିବ କି ବିସିସିଆଇ, ଜାଣନ୍ତୁ କଣ ରହିଛି ସତ୍ୟତା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାରି ମଧ୍ୟରେ ବିସିସିଆଇ ଏସିଆ କପ ଖେଳିବନି ବୋଲି ଚର୍ଚ୍ଚା ହେଉଛି।

ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆଗାମୀ ପୁରୁଷ ଏସିଆ କପ୍ ଏବଂ ମହିଳା ଇମରଜିଂ ଟିମ୍ ଏସିଆ କପରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି।ଏହା ଉପରେ ଏବେ ବିସିସିଆଇ ସଚିବ ଦେବଜିତ ସାଇକିଆ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ ଏସିଆ କପରେ ଅଂଶଗ୍ରହଣ ନେଇ କୌଣସି ଆଲୋଚନା ହୋଇନାହିଁ ଏବଂ ଏସିସି ଇଭେଣ୍ଟ ସମ୍ପର୍କରେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଚର୍ଚ୍ଚା ହେଉଥିବା ଖବରରେ ସତ୍ୟତା ନାହିଁ। ବିସିସିଆଇର ସମ୍ପୂର୍ଣ୍ଣ ଧ୍ୟାନ ବର୍ତ୍ତମାନ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଏବଂ ଇଂଲଣ୍ଡ ବିପକ୍ଷ ସିରିଜ (ମହିଳା ଏବଂ ପୁରୁଷ ଦଳ) ଉପରେ ରହିଛି।

ତେବେ ଚଳିତ ବର୍ଷ ୧୭ତମ ଏସିଆ କପ୍ ଖେଳାଯିବ। କିଏ ଆୟୋଜକ ଦେଶ ହେବ ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଟି ଦଳ ଅଂଶଗ୍ରହଣ କରିବେ। ଯଥା ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ଓମାନ, ହଂକଂ ଏବଂ ୟୁଏଇ। ସେହିପରି ଶ୍ରୀଲଙ୍କା ମହିଳା ଇମରଜିଂ ଟିମ୍ ଏସିଆ କପ୍ ୨୦୨୫ରେ ଆୟୋଜନ କରିବାକୁ ଯାଉଛି।

 

Comments are closed.