Latest Odisha News

ବିସିସିଆଇ ଚୟନ କମିଟି ସଦସ୍ୟଙ୍କ ମଧ୍ୟରୁ କିଏ ହେବେ ବିଦା

ମୁମ୍ବାଇ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚୟନ କମିଟି ସଦସ୍ୟଙ୍କ ମଧ୍ୟରୁ ଜଣେ ବିଦା ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଏବେ ୫ଜଣ ସଦସ୍ୟ ରହିଛନ୍ତି । କୌଣସି ସ୍ଥାନ ଖାଲି ନ ଥିଲେ ମଧ୍ୟ ଅଗରକରଙ୍କ ବ୍ୟତୀତ ଜଣେ ବିଦା ହେବା ଏକପ୍ରକାର ନିଶ୍ଚିତ । କମିଟିରେ ଶିବ ସୁନ୍ଦର ଦାସ, ସୁବ୍ରତ ବାନାର୍ଜୀ, ସଲିଲ ଆଙ୍କୋଲା ଓ ଶ୍ରୀଧରନ ଶରଥ ରହିଛନ୍ତି । ଅଗରକର ଓ ସଲିଲ ଆଙ୍କୋଲା ପଶ୍ଚିମାଚଂଳକୁ ପ୍ରତିନିଧିତ୍ୱ କରୁଛନ୍ତି । ଅଗରକର ରହିବା ନିଶ୍ଚିତ ମାନେ ଆଙ୍କୋଲା ବିଦା ହେବେ ବୋଲି ଖବର ପ୍ରକାଶ ପାଇଛି । ଉତରାଂଚଳରୁ କୌଣସି ସଦସ୍ୟ ନ ଥିବାରୁ ଏହି ଅଂଚଳରୁ ଜଣକୁ କମିଟିରେ ସାମିଲ କରାଯାଇପାରେ ।

ଚେତନ ଶର୍ମା ଷ୍ଟିଙ୍ଗ ଅପରେଶନରେ ଧରା ପଡି ବିଦା ହେବା ପରେ ଏହି ଅଂଚଳରୁ କୌଣସି ପ୍ରତିନିଧି ନାହାନ୍ତି । ଚୟନ କମିଟି ସଦସ୍ୟ ପାଇଁ ୭ଟି ଟେଷ୍ଟ ଓ ୩୦ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବା ଜରୁରୀ । ଜାନୁୟାରୀ ୨୫ ପର୍ଯ୍ୟନ୍ତ ଆବେଦନ ପତ୍ର ଗ୍ରହଣ କରାଯିବ । ଏହା ପରେ ବିସିସିଆଇ ଶର୍ଟଲିଷ୍ଟ କରି ଆବେଦକଙ୍କୁ ସାକ୍ଷାତକାର ପାଇଁ ଡକାଇବ । ସାକ୍ଷାତକାର କେବେ ହେବେ ତାହା ପ୍ରକାଶ କରାଯାଇ ନାହିଁ ।

Comments are closed.