Latest Odisha News

BREAKING NEWS

ସାମୀଙ୍କୁ ନେଇ ଚୟନ କମିଟିଙ୍କ ୟୁ ଟର୍ଣ୍ଣ, ଖେଳି ପାରନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ସିରଜ

ନୂଆଦିଲ୍ଲୀ: ଭାରତର ସିନିୟର ପେସ ବୋଲର ମହମ୍ମଦ ସାମୀଙ୍କୁ ନେଇ ବିସିସିଆଇ ଚୟନ କମିଟି ୟୁ ଟର୍ଣ୍ଣ ନେଇପାରେ । ସାମୀଙ୍କ ଫିଟନେସକୁ ନେଇ ଚୟନ କମିଟି ପକ୍ଷରୁ ବାରମ୍ବାର ପ୍ରଶ୍ନ ଉଠା ଯାଉଥିଲା । ତେବେ ସାମୀ ଫିଟ ରହିବା ସହ ଘରୋଇ କ୍ରିକେଟର ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ବିଜୟ ହଜାରେ ଓ ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ସେ ଚଳିତ ସିଜନରେ ୨୦ ୱିକେଟ ନେଇଛନ୍ତି । ୨୦୨୫ ଚାମ୍ପିୟନ୍ସ ଟ୍ରଫି ପରଠାରୁ ସାମୀ କୌଣସି ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି । ବିରାଟ କୋହଲିଙ୍କ ପରେ ସାମୀ ପ୍ରଦର୍ଶନ ମାଧ୍ୟମରେ ସମାଲୋଚକଙ୍କ ମୁହଁ ବନ୍ଦ କରିବାରେ ସଫଳ ହୋଇଛନ୍ତି । ଏହାର ପ୍ରଭାବ ଚୟନ କମିଟି ଉପରେ ମଧ୍ୟ ପଡିବାରେ ଲାଗିଛି ।

ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର କହିଛନ୍ତି, ସାମୀ ଯଦି ଫିଟ ରହିବେ ତେବେ ତାଙ୍କୁ ଦଳରୁ ବାଦ ଦେବା କୌଣସି କାରଣ ନାହିଁ । ୨୦୨୩ ବିଶ୍ୱକପ ପରଠାରୁ ସେ କ୍ରମାଗତ ଭାବେ ଆଘାତ ସମସ୍ୟାରେ ପଡି ଆସୁଛନ୍ତି । ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ସାମୀ ସୁଯୋଗ ପାଇବା ସମ୍ଭାବନା ବୃଦ୍ଧି ପାଇଛି । ଯଦି ସେ ଭଲ ପ୍ରଦର୍ଶନ କରିବେ ତେବେ ଆଗାମୀ ଦିନିକିଆ ବିଶ୍ୱକପ ଖେଳିବାକୁ ଏଡାଇ ହେବନି ।

Leave A Reply

Your email address will not be published.