Latest Odisha News

କରୋନାର ପ୍ରଭାବ: ସମସ୍ତ ଘରୋଇ କ୍ରିକେଟ୍ ବାତିଲ କଲା ବିସିସିଆଇ

ମୁମ୍ବାଇ: କରୋନାର ପ୍ରଭାବ ଯୋଗୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)  ଶନିବାର ଘରୋଇ ମ୍ୟାଚର ଆଗାମୀ ସବୁ ଟୁର୍ଣ୍ଣାମେଣ୍ଟକୁ ବାତିଲ କରିଦେଇଛି । ରଣଜୀ ଚାମ୍ପିୟନ୍ ସୌରାଷ୍ଟ୍ର ଏବଂ ଅବଶିଷ୍ଟ ଭାରତ ଏକାଦଶ ମଧ୍ୟରେ ହେବାକୁଥିବା ଇରାପ କପ୍ ମୁକାବିଲା ବର୍ତ୍ତମାନ ପରିସ୍ଥିତିରେ ଆୟୋଜିତ ହେବା ଅସମ୍ଭବ ।

ଇରାନୀ କପ୍ ବ୍ୟତୀତ ମହିଳା ସିନିୟର ଦିନିକିଆ ନକଆଉଟ୍ ଟୁର୍ଣ୍ଣାମେଣ୍ଟ, ଭିଜି ଟ୍ରଫି, ସିନିୟର ମହିଳା ଦିନିକିଆ ଚ୍ୟାଲେଞ୍ଜର୍‌, ମହିଳା ଅଣ୍ଡର୍‌-୧୯ ଦିନିକିଆ ନକଆଉଟ୍‌, ମହିଳା ଅଣ୍ଡର୍‌-୧୯ ଟି୨୦ ଲିଗ୍‌, ସୁପର୍ ଲିଗ୍ ଓ ନକଆଉଟ୍‌, ମହିଳା ଅଣ୍ଡର୍‌-୧୯ ଟି୨୦ ଚ୍ୟାଲେଞ୍ଜର ଟ୍ରଫି, ମହିଳା ଅଣ୍ଡର୍‌-୨୩ ନକଆଉଟ୍‌, ମହିଳା ଅଣ୍ଡର୍‌-୨୩ ଦିନିକିଆ ଚ୍ୟାଲେଞ୍ଜର ଟୁର୍ଣ୍ଣାମେଣ୍ଟକୁ ଆଗାମୀ ନୋଟିସ୍ ସୁଦ୍ଧା ସ୍ଥଗିତ କରିଦେଇଛି ।  ଅନ୍ୟପକ୍ଷରେ ଶନିବାର ମୁମ୍ବାଇ ସ୍ଥିଗତ ବିସିସିଆଇ ମୁଖ୍ୟ କାର‌୍ୟ୍ୟାଳୟରେ ବୋର୍ଡ ଆଇପିଏଲ୍ ଫ୍ରାଞ୍ଚାଇଜିଙ୍କ ସହ ବୈଠକ କରିଛି।

Leave A Reply

Your email address will not be published.