Latest Odisha News

BREAKING NEWS

ବିସିସିଆଇର ୟୁ ଟର୍ଣ୍ଣ, ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ଗୌତମ ଗମ୍ଭୀର କୋଚ ହେବା ପରଠାରୁ ଭାରତୀୟ କ୍ରିକେଟ ଟିମର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଏବେ ବିସିସିଆଇ କେତେକ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି । ବିରାଟ କୋହଲିଙ୍କ ଅଧିନାୟକତ୍ୱ ସମୟରେ ୟୋ ୟୋ ଫିଟନେସ ବ୍ୟବହାର କରାଯାଇଥିଲା । ଏହା ମାଧ୍ୟମରେ ଖେଳାଳିଙ୍କ ଫିଟନେସ ସମ୍ପର୍କରେ ଭଲ ଭାବେ ଜଣା ପଡୁଥିଲା । ଏବେ ଏହାକୁ ପୂନର୍ବାର ଲାଗୁ କରିବା ପାଇଁ ଯୋଜନା କରାଯାଉଛି । ବିସିସିଆଇ ମେଡିକାଲ ଟିମର ବ୍ୟସ୍ତ କାର୍ଯ୍ୟକ୍ରମ ରହୁଥିବାରୁ ଏବେ ଫିଟ ଖେଳାଳିଙ୍କୁ ଦଳରେ ନେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଏହା ପୂର୍ବରୁ ଅଲଗା ଅଲଗା ଯାତ୍ରା କରିବା ପରିବର୍ତେ ଖେଳାଳିମାନେ ଏକତ୍ର ଟିମ ବସରେ ଯିବେ ବୋଲି ସ୍ଥିର ହୋଇଛି । ୧୯୯୦ ଦଶକରେ ଇଂଟରମିଟେଟ ରିକଭରୀ ଟେଷ୍ଟର ଆରମ୍ଭ ହୋଇଥିଲା । ପ୍ରଥମେ ଫୁଟବଲ ଖେଳାଳିଙ୍କ ଉପରେ ଏହା ଲାଗୁ କରାଯାଇଥିଲା । ଧିରେ ଧିରେ ଅନ୍ୟ ଖେଳରେ ମଧ୍ୟ ଏହାକୁ ଉପଯୋଗ କରାଯାଇଥିଲା । ୨୦୧୭ରେ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ୟୋ ୟୋ ଟେଷ୍ଟର ଆରମ୍ଭ କରିଥିଲା ।

Leave A Reply

Your email address will not be published.