Latest Odisha News

BREAKING NEWS

ବିସିସିଆଇ ପୁନର୍ବାର ସମସ୍ତଙ୍କଠାରୁ ଧନୀ ସାବ୍ୟସ୍ତ, ଆୟ ୧୮୭୬୦ କୋଟି

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୁର୍ନାବାର ସମସ୍ତଙ୍କଠାରୁ ଧନୀ ସାବ୍ୟସ୍ତ ହୋଇଛି । ଏହାର ଆୟ ଏବେ ୧୮୭୬୦ କୋଟିରେ ପଂହଚିଛି । କ୍ରିକେଟ ଅଷ୍ଟ୍ରେଲିଆ ୬୫୮ କୋଟି ସହ ଦ୍ୱିତୀୟ ସ୍ଥାନରେ ରହିଛି । ଏହାର ଆୟ ବିସିସିଆଇଠାରୁ ୨୮ଗୁଣ କମ । ଇଣ୍ଡିଆନ ପ୍ରିମିୟର ଲିଗ ଯୋଗୁ ବିସିସିଆଇର ଆୟ ବଢ଼ିବାରେ ଲାଗିଛି । ଏହି ଲିଗର ବିଭିନ୍ନ ରାଇଟ୍ସ ବିକ୍ରି କରି ବିସିସିଆଇ ଭଲ ଆୟ କରୁଛି । ବିଗ ବାଶ ଲିଗର ଆୟ ଯୋଗୁ ଅଷ୍ଟ୍ରେଲିଆ ଅନ୍ୟ ଦେଶମାନଙ୍କ ତୁଳନାରେ ଫାଇଦାରେ ରହିଛି । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ୫୯ ମିଲିୟନ ଡଲାର ସହ ତୃତୀୟ ସ୍ଥାନରେ ରହିଛି । ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜନ କରି ବିସିସିଆଇ ୨୨,୦୦୦ କୋଟିର ଲାଭ ପାଇଥିଲା । ଭାରତରେ କ୍ରିକେଟ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ଏହାକୁ ଅନ୍ୟ ଦେଶମାନଙ୍କ ତୁଳନାରେ ଆଗରେ ରଖୁଛି ।

ଇକୋନୋମିକ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ମାର୍ଚ୍ଚ ୨୦୨୨ ସୁଦ୍ଧା ବିସିସିଆଇର ରେଭିନ୍ୟୁ ୪୩୬୦ କୋଟି ଛୁଇଁଥିଲା । ବିସିସିଆଇର ସିଂହଭାଗ ଯୋଗୁ ଆଇସିସି ମଧ୍ୟ ଫାଇଦାରେ ରହୁଛି । ଅଧିକ ଆୟ ଯୋଗୁ ବିଶ୍ୱ କ୍ରିକେଟରେ ବିସିସିଆଇର ଗୁରୁତ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନ୍ୟ ଦେଶଗୁଡିକର ଆୟ ବିଶେଷ ଆଖି ଦୃଶିଆ ହୋଇ ନ ଥିବାରୁ ଦିଆଯାଇ ନାହିଁ ।

Leave A Reply

Your email address will not be published.