Latest Odisha News

କୋହଲି, ରୋହିତଙ୍କୁ ଘରୋଇ କ୍ରିକେଟ ଖେଳିବାକୁ କହିଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ସେମାନଙ୍କ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ପଂହଚିଛନ୍ତି । ଉଭୟ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ସେମାନେ କେବଳ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ଉଭୟ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଦର୍ଶନ ମାଧ୍ୟମରେ ପ୍ରଭାବିତ କରିଛନ୍ତି । ତେବେ ଏହା ସତ୍ୱେ ବିସିସିଆଇ ସେମାନଙ୍କୁ ଘରୋଇ କ୍ରିକେଟ ଖେଳିବା ପାଇଁ ନିର୍ଦ୍ଦେଶ ଦେଇଛି । ଯେଉଁମାନେ ଘରୋଇ କ୍ରିକେଟ ଖେଳିବେ ନାହିଁ ସେମାନଙ୍କୁ ଜାତୀୟ ଦଳରେ ନିଆ ଯିବନି ବୋଲି ମଧ୍ୟ କୁହାଯାଇଛି ।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ଉଭୟ ଖେଳାଳି ବିଜୟ ହଜାରେ ଟ୍ରଫିରେ ଖେଳି ପାରନ୍ତି । ୨୪ ଡିସେମ୍ବରୁ ଏହା ଆରମ୍ଭ ହେବ । ଅପରପକ୍ଷରେ ନଭେମ୍ବର ୩୦ରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବ । ଭାରତ ଏହା ପରେ ୧୧ ଜାନୁୟାରୀ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଖେଳିବ । ଏହି ଦୁଇ ଷ୍ଟାର ଖେଳାଳିଙ୍କ ନିକଟରେ ଏବେ ଆଉ କୌଣସି ବିକଳ୍ପ ନାହିଁ । ରୋହିତ ଘରୋଇ କ୍ରିକେଟ ଖେଳିବା ନେଇ ରାଜି ହୋଇଛନ୍ତି । ସେ ମୁମ୍ବାଇ କ୍ରିକେଟ ଆସୋସିଏଶନକୁ ଏ ସମ୍ପର୍କରେ ଜଣାଇ ସାରିଛନ୍ତି । ସେ ସୟେଦ ମୁସ୍ତାକ ଅଲି ଟି୨୦ ଟ୍ରଫିରେ ଖେଳିବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । କୋହଲି ବିଜୟ ହଜାରେ ଟ୍ରଫିରେ ଖେଳିବେ କି ନାହିଁ ତାହା ଜଣାପଡିନି । ସେ ମଧ୍ୟ ଏ ସମ୍ପର୍କରେ କୌଣସି ବୟାନ ଦେଇ ନାହାନ୍ତି । ଏହି ଦୁଇ ମହାନ ଖେଳାଳି ଆଗାମୀ ଦିନିକିଆ ବିଶ୍ୱକପ ଖେଳି ଅବସର ନେବାକୁ ଚାହୁଁଛନ୍ତି ।

Comments are closed.