Latest Odisha News

BREAKING NEWS

ପରିକ୍ରମା ପ୍ରକଳ୍ପ ରଥ ଉଦ୍‌ଘାଟନ ବେଳେ ଗୀତ ଗାଇଲେ ବିଡିଓ

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅଫିସ୍ ଆଗରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । ମୃଦଙ୍ଗର ତାଳେ ତାଳେ ଗୀତ ଗାଇଥିଲେ ଭୋଗରାଇ ବିଡିଓ ଉମାକାନ୍ତ ପରିଡା । ଆଉ କୁନି କୁନି ପିଲାମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।… ତୋଲାଗି ଗୋପ ଦାଣ୍ଡ ମନାରେ କାଳିଆ… ଗୀତରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଆଉ ତାହାରି ଭିତରେ ବ୍ଲକ୍ ଅଫିସ୍ ପରିସରରୁ ବାହାରିଥିଲା ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ।

ଶୀତୁଆ ସକାଳରେ ଲୋକାରଣ୍ୟ ଭିତରେ ତୋଲାଗି ଗୋପ ଦାଣ୍ଡ ମନାରେ କାଳିଆ… ଗୀତ ଗାଉଥିଲେ ଭୋଗରାଇ ବିଡିଓ ଉମାକାନ୍ତ ପରିଡା । ଆଉ ତାହାରି ଭିତରେ ୭ ରଥ ବ୍ଲକ କାର୍ଯ୍ୟାଳୟ ପରିସରରୁ ବାହାରିଥିଲା । ରଥକୁ ଭୋଗରାଇ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାକାନ୍ତ ପରିଡା, ବ୍ଲକ ଅଧ୍ୟକ୍ଷ ପ୍ରବୀର ଗିରି ଓ ଉପାଧ୍ୟାକ୍ଷା ମୀନାରାଣୀ ଶାସମଲ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ୧୪ ତାରିଖ ପର୍ଯ୍ୟନ୍ତ ବ୍ଲକର ୫୦ଟି ପଞ୍ଚାୟତର ସମସ୍ତ ରାଜସ୍ୱ ଗାଁ ପରିଭ୍ରମଣ କରିବ । ରଥ ପରିକ୍ରମା ସମୟରେ ପ୍ରତି ଘରୁ ମୁଠେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବ । ପରିକ୍ରମା ରଥ ଯେଉଁ ଗାଁରେ ପହଞ୍ଚିବ, ସେଠାରେ କୀର୍ତ୍ତନ ମଣ୍ଡଳୀ ଓ ଭକ୍ତମାନେ ସାମିଲ ହୋଇ ରଥକୁ ପାଛୋଟି ନେବେ । ରିକ୍ରମା ରଥରୁ ସଂଗୃହୀତ ହୋଇଥିବା ଚାଉଳ ଓ ଗୁଆକୁ ପଞ୍ଚାୟତ ସ୍ତରରେ ଚିହ୍ନଟ ହୋଇଥିବା ଏକ ଦେବାଳୟ ପରିସରରେ ରଖାଯିବ । ପରବର୍ତ୍ତୀ ସମୟରେ ଗାଁରୁ ସଂଗୃହିତ ଚାଉଳ ଓ ଗୁଆକୁ ଶ୍ରୀମନ୍ଦିର ପଠାଯିବ ।

Leave A Reply

Your email address will not be published.