Latest Odisha News

BREAKING NEWS

କୋଭିଡ୍ ଫଣ୍ଡ ଟଙ୍କା ହେରଫେର୍ ଅଭିଯୋଗରେ ବିଡିଓ ନିଲମ୍ବିତ

ନବରଙ୍ଗପୁର: କୋଭିଡ୍ ସମୟରେ ସରକାରୀ ଅନୁଦାନକୁ ହେରଫେର୍ କରି ନିଲମ୍ବିତ ହୋଇଛନ୍ତି ବିଡିଓ । ନବରଙ୍ଗପୁର ଜିଲ୍ଲାର ଜଣେ ମହିଳା ବିଡିଓଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ସୂଚନା ଅନୁସାରେ, ୨୦୨୦ ମସିହାରେ କୋଭିଡ୍ ପାଇଁ ବାହାରୁ ଫେରୁଥିବା ପ୍ରବାସୀଙ୍କ ଚିକିତ୍ସା ଓ ଖାଇବା ଲାଗି ୪୨ ଲକ୍ଷ ଟଙ୍କା ଦିଆଯାଇଥିଲା । ଏହି ଅର୍ଥ କୋଷାଗୁମୁଡ଼ା ବ୍ଲକର ୨୬ ପଞ୍ଚାୟତର ପ୍ରବାସୀଙ୍କ ଲାଗି ଖର୍ଚ୍ଚ ହୋଇଥାନ୍ତା ।

କିନ୍ତୁ ବିଡିଓ ଅକ୍ଷୟ ମିତା କାର୍ତ୍ତିକ ଅର୍ଥର ଦୂରୁପଯୋଗ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅର୍ଥ ବାଟମାରଣାର ତଦନ୍ତ କରିଥିଲେ ପିଡି ଡିଆରଡିଏ । ଆଉ ପିଡି ଡିଆରଡିଏଙ୍କ ତଦନ୍ତ ରିପୋର୍ଟ ଆଧାରରେ ରାଜ୍ୟ ସରକାର ବିଡିଓ ଅକ୍ଷୟ ମିତା କାର୍ତ୍ତିକଙ୍କୁ ନିଲମ୍ବିତ କରିଛନ୍ତି ।

Leave A Reply

Your email address will not be published.