Latest Odisha News

BREAKING NEWS

ୟୁକ୍ରେନର ୪ ଅଂଚଳକୁ ବିଲୟ କରିବା ପାଇଁ ଅନ୍ତିମ ପର୍ଯ୍ୟାୟରେ ରୁଷର ପ୍ରସ୍ତୁତି

ମସ୍କୋ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁନି । ୟୁରୋପ ଦେଶଙ୍କ ସହାୟତାରେ ୟୁକ୍ରେନ ତାଠାରୁ ଅପେକ୍ଷାକୃତ ଶକ୍ତିଶାଳୀ ରୁଷ ସହ ୭ ମାସ ଧରି ଲଢ଼େଇ ଜାରୀ ରଖିଛି । ଇତି ମଧ୍ୟରେ ରୁଷ ସୀମାକୁ ଲାଗିଥିବା ୟୁକ୍ରେନର ୪ଟି ଅଂଚଳକୁ ନିଜ ଦେଶ ସହ ବିଲୟ କରିବା ପାଇଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଉଦ୍ୟମ ଆରମ୍ଭ କରିଛନ୍ତି । ରିପୋର୍ଟ ମୁତାବକ ସେପ୍ଟମ୍ବର ୩୦ରେ ଏଠାକାର ଜନମତର ଫଳାଫଳ ଘୋଷଣା କରାଯିବ । ଏହା ପରେ ଯଦି ରୁଷ ସପକ୍ଷରେ ମତ ଆସିଥାଏ ତାହାହେଲ ଏହାକୁ ମିଶାଇବାରେ କେହି ଆମକୁ ଅଟକାଇ ପାରିବେ ନାହିଁ । ଆଉ ଦିନକ ପରେ ଲୁହାନସ୍କ, ଜେପୋରିଝିଆ, ଖେରସନ ଓ ଡୋନେଟସ୍କ ରୁଷର ଅଂଶବିଶେଷ ହେବ ବୋଲି ପୁଟିନ କହିଛନ୍ତି ।

ଏଥିରେ ୟୁରୋପୀୟ ଦେଶ ବିଶେଷ କରି ଆମେରିକା ମୁଣ୍ଡ ପୂରାଇଲେ ଭଲ ହେବନି ବୋଲି ରୁଷିଆ ପକ୍ଷର ୁ କୁହାଯାଇଛି । ଆଉ କେତେକ ରିପୋର୍ଟ ଅନୁସାରେ ଏଥିପାଇଁ ଆବଶ୍ୟକ ପଡିଲେ ରୁଷ ପରମାଣୁ ବୋମାର ବ୍ୟବହାର ମଧ୍ୟ କରିପାରେ । ଶୁକ୍ରବାର ୩ଟାରେ ଏହି ବିଲୟ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ।

Leave A Reply

Your email address will not be published.