ନୂଆପଡ଼ା: ନୂଆପଡ଼ାରେ ଭାଲୁ ଉତ୍ପାତ। ଦୁଇ ଦିନରେ ୩ ଜଣ ଗୁରୁତର ହୋଇଥିବା ସୂଚନା ।
ସୂଚନାନୁସାରେ, ନୂଆପଡ଼ା ବୋଡେନ ରେଞ୍ଜ ବାବେବି ଗାଁରେ ଭାଲୁ ଆତଙ୍କ ଦେଖାଦେଇଛି। ସୋମବାର ଦିନ ସକାଳୁ ସ୍ଥାନୀୟ ଜଣେ ବ୍ୟକ୍ତି ଲବ ମାଲି ସକାଳୁ ଶୌଚ ହେବା ଯାଇଥିଲେ । ସେଠାରେ ନିକଟସ୍ଥ ଜଙ୍ଗଲରୁ ୩ଟି ଭାଲୁ ଆସି ତାଙ୍କ ଉପରକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ସେ ଚିତ୍କାର କରିବାରୁ ନିକଟରେ ଥିବା କିଛି ଲୋକ ଦୌଡି ଯାଇ ତାଙ୍କୁ ଉଦ୍ଧାର କରିଥିଲେ ।
ଗୁରୁତର ଆହତ ହୋଇଥିବା ଲବଙ୍କୁ ଉଦ୍ଧାର କରି ଗାଁ ଲୋକେ ବୋଡେନ୍ ମେଡିକାଲରେ ଭର୍ତ୍ତି କରିଥିଲେ। ସେହିଭଳି ଆଉ ଜଣଙ୍କୁ ମଧ୍ୟ ଏହି ଭାଲୁ ଆକ୍ରମଣ କରିଥିଲେ। ତେବେ ଆଜି ପୁଣି ଜଣେ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ।
Comments are closed.