Latest Odisha News

BREAKING NEWS

ଫେଲ୍ ମାରୁଛି ମିଶନ ଭାଲୁ ରେସ୍କୁ

ନବରଙ୍ଗପୁର: ଉମରକୋଟରେ ମିଶନ ଭାଲୁ ରେସ୍କୁ । ଦୁଇ ଦିନ ହେଲା ଗଛରେ ରହିଛି ଭାଲୁ । ଭାଲୁକୁ ଓହ୍ଲାଇବା ପାଇଁ ଉମରକୋଟ ବନ ବିଭାଗର ସବୁ କୌଶଳ ଫେଲ ମାରିଲା । ଉଦ୍ଧାର ପାଇଁ ନବରଙ୍ଗପୁରରୁ ଆସୁଛନ୍ତି ଏକ ଟିମ୍ । ଉମରକୋଟ ବଙ୍ଗୀୟ ଗ୍ରାମ ନାୟକ ଗୁଡା ଗ୍ରାମର ଘଟଣା । ନାୟକଗୁଡ଼ା ୟୁଭି ୧୧ ଗାଁରେ ଏକ ନିମ୍ବ ଗଛ ଉପରେ ଭାଲୁ ଚଢିଛି ।

BjdElectrycity

ସେପଟେ ଭାଲୁକୁ ଦେଖି ଲୋକ ଭୟଭିତ ହୋଇଛନ୍ତି । ଗତରାତିରେ ଗ୍ରାମ ଭିତରକୁ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ପସି ଆସିଥିଲା । ସକାଳୁ ଜଙ୍ଗଲକୁ ଫେରି ନ ପାରି ଗାଁର ଏକ ପୋଖରୀ ପାଖେ ରହିଯାଇଥିଲା। ପାହାନ୍ତିଆ ସମୟରେ କିଛି ଗ୍ରାମବାସୀ ଭାଲୁଟିକୁ ଦେଖିବା ମାତ୍ରେ ଭାଲୁଟି ଭୟଭୀତ ହେଇ ନିକଟସ୍ଥ ଏକ ନିମ୍ବ ଗଛ ଉପରକୁ ଚଡ଼ିଯାଇଥିଲ।।

ଭାଲୁ ଦେଖିବାକୁ ଗ୍ରାମବାସୀଙ୍କ ଭିଡ଼ ଜମିଥିଲ।। କିନ୍ତୁ ଭାଲୁ ଥିବା ଅଞ୍ଚଳକୁ ଲୋକେ ଭୟରେ କେହି ଯାଇ ପାରୁନାହାନ୍ତି।ଆଜି ଗାଁ ଲୋକେ ଚାଷ ଜମିକୁ ଏବଂ ଗୋରୁ ଗାଈ ଚରେଇବା ପାଇଁ ଭୟରେ କେହି ଯାଇନାହାନ୍ତି ।

ପ୍ରଥମେ ଭାଲୁଟି ୩୦ ଫୁଟ ଉପରେ ଥିଲା । କିନ୍ତୁ ଜଙ୍ଗଲ ବିଭାଗର କର୍ମଚାରୀ ଡାକବାଜି ଯନ୍ତ୍ର ଦ୍ବାରା ଗ୍ରାମବାସୀ ଅଞ୍ଚଳ ଛାଡ଼ିବା ପାଇଁ ଅନୁରୋଧ କରିବା ପରେ ଅଞ୍ଚଳଟି ଖାଲି ହେବା ପରେ ସନ୍ଧ୍ୟାରେ ଭାଲୁଟି ତଳକୁ ଖସି ଆସି ୧୦ ଫୁଟ ଉଚ୍ଚତାରେ ବସିଥିଲା ।

ଘଟଣାସ୍ଥଳରେ ଉମରକୋଟ ବନ ବିଭାଗ ପହଞ୍ଚି ଭାଲୁକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି । ଭାଲୁକୁ ଉଦ୍ଧାର କରିବା ପରେ ତାକୁ ଜଙ୍ଗଲକୁ ଛାଡ଼ି ଦିଆଯିବ ବୋଲି କହିଛନ୍ତି ଉମରକୋଟ ବନଖଣ୍ଡ ଅଧିକାରୀ ।

Comments are closed, but trackbacks and pingbacks are open.