Latest Odisha News

ଆରମ୍ଭ ହୋଇଛି ପାର୍ବଣ; ମା’ଙ୍କ ଆଗମନର ବାର୍ତ୍ତା ନେଇ ହସୁଛି କାଶତଣ୍ଡି

ଭୁବନେଶ୍ୱର: କାଶତଣ୍ଡି ଫୁଲେ ମହୀ ଦିଶଇ ଧବଳ, ସରୋବରେ ଫୁଟିଅଛି କୁମୁଦ କମଳ’ । ମା’ଙ୍କ ଆଗମନରେ ପୁଲକିତ ଧରଣୀ ରାଣୀ । ଶସ୍ୟ ଶ୍ୟାମଳା ଧରଣୀରେ ନିଜ ପତିଆରା ବିସ୍ତାର କରି ନୀଳ ଆକାଶ ତଳେ ଖିଲିଖିଲି ହସୁଛି କାଶତଣ୍ଡୀ ଫୁଲ  । ନଦୀ ପଠା ଠାରୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ ସବୁଠି ଭରିଦେଇଛି ସୌନ୍ଦର୍ଯ୍ୟର ଫୁଆରା  ।

ଆସୁଛି ପାର୍ବଣ, ମାଆଙ୍କ ଆଗଗମନର ବାର୍ତ୍ତା ନେଇ ଫୁଟିଲାଣି କାଶତଣ୍ଡି। ଧରାପୃଷ୍ଠକୁ ଓହ୍ଲାଇବେ ଜଗତଜନନୀ ମା ଦୁର୍ଗା । ମାଙ୍କ ସ୍ୱାଗତରେ ବାହୁମେଲାଇ ବସିଲାଣି କାଶତଣ୍ଡୀ ଫୁଲ। ପ୍ରକୃତି ରାଣୀ ସଜେଇ ହେଲାଣି। ଶାରଦୀୟ ପୂଜା ସମୟରେ ନାନାଦି ଫୁଲର ବାସ୍ନା ମା ଙ୍କ ଆଗମନ କୁ ସୁଗନ୍ଧିତ କରୁଛି । କୃଷି କ୍ଷେତ୍ର ରେ ଧରଣୀ ରାଣୀ ସବୁଜ ବନାନୀ ସାଙ୍ଗକୁ ପବନରେ କାଶତଣ୍ଡୀ ଫୁଲ ହଲିଝୁଲି ମା ଙ୍କୁ ସ୍ୱାଗତ ଜଣାଉଛି ।

ଚଉଦିଗରେ ଏବେ ଭରି ରହିଛି ମାଳମାଳ କାଶତଣ୍ଡୀ । ସତେ ଯେମିତି ରାସ୍ତା କଡରୁ ଦୂରଦିଗନ୍ତ ପର୍ଯ୍ୟନ୍ତ ଧରଣୀ ରାଣୀ ଓଢି ହୋଇଛି ଧଳା ଚାଦର । ସୁଲୁସୁଲିଆ ପବନର ଦୋଳି ଖେଳୁଥିବା କାଶତଣ୍ଡୀକୁ ଦେଖି କ୍ଷଣିଏ ଅଟକି ଯାଉଛନ୍ତି ସଭିଏଁ ।

ଏହିଫୁଲ ଓଡ଼ିଆ ସଂସ୍କୃତି ସହ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ରେଖା ପାଞ୍ଚମୀରେ କାଶତାଣ୍ଡି ଫୁଲର ବେଣୀ ଘର କବାଟରେ ବାନ୍ଧି ପୂଜା କରାଯାଏ । ଆଉ କାଶତଣ୍ଡିର ବେଳାୟିତ ଚାମରରେ ମା ଦୁର୍ଗା ଧରବତାରଣ କରନ୍ତି ବୋଲି ବିଶ୍ୱାସ ରହିଛି ।

ଶରତ ଋତୁରେ ଆଗମନ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜାର ପ୍ରତୀକ କାଶତଣ୍ଡି ଫୁଲ ଧରାପୃଷ୍ଠରେ ନିଜ ସୌନ୍ଦର୍ଯ୍ୟ ସଦା ବିକିରଣ କରିଥାଏ ।

Comments are closed.