Latest Odisha News

ଜର୍ମାନୀର ସବୁଠାରୁ ସ୍ମାର୍ଟ ମହିଳା ପୋଲିସ୍‌, ସୌନ୍ଦର୍ଯ୍ୟ ପାଇଁ ଛାଡିବାକୁ ପଡିଲା ଚାକିରି

ଜର୍ମାନୀ: ପ୍ରତ୍ୟେକ ମହିଳା ନିଜକୁ ସୁନ୍ଦର ଓ ଫିଟ୍ ରଖିବାକୁ ଚାହାନ୍ତି । ସେଥିଲାଗି ଅନେକ ନିଜ ସୌନ୍ଦର୍ଯ୍ୟକୁ ନେଇ ମଡ଼େଲିଂରେ କ୍ୟାରିୟର କରିବାକୁ ରୁଚି ରଖିଥାନ୍ତି । କିନ୍ତୁ ଏହି ସୌନ୍ଦର୍ଯ୍ୟ ଯେ, ନିଜ କ୍ୟାରିୟରରେ ବାଧକ ସାଜିବ ତାହା କେହି କେବେ ଭାବି ନ ଥିବେ । ଏପରି କିଛି ଘଟିଛି ଜର୍ମାନୀର ଜଣେ ଲେଡ଼ି ପୋଲିସଙ୍କ କ୍ଷେତ୍ରରେ ।

୩୮ ବର୍ଷୀୟ ଆଡ୍ରିଏନ୍ କୋଲଜର ଜର୍ମାନୀରେ ରୁହନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର । ନିଜର ସୌନ୍ଦର୍ଯ୍ୟକୁ ନେଇ ସେ କମ୍ ବୟସରୁ ମଡ଼େଲିଂ କରିବା ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ, ଆଡ୍ରିଏନ୍‌ଙ୍କୁ ଯେତେବେଳେ ୧୭ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ପୋଲିସ୍ ବିଭାଗରେ ଚାକିରି ଆରମ୍ଭ କରିଥିଲେ । ସେ ଚାକିରି ସହିତ ମଡେଲିଂ ବି କରୁଥିଲେ । ଏଥିସହିତ ସୋସିଆଲ ମିଡ଼ିଆରେ ବି ବହୁତ ଆକ୍ଟଭି । ଇନଷ୍ଟାଗ୍ରାମରେ ତାଙ୍କର ଲକ୍ଷାଧିକ ଫଲୋଅର୍ସ ଅଛନ୍ତି, ଯେଉଁମାନେ ତାଙ୍କ ଚେହେରାକୁ ଦେଖି ପାଗଳ । ସେ ଜର୍ମାନୀର ସବୁଠୁ ସ୍ମାର୍ଟ ପୋଲିସ ଭାବେ ପରିଚିତ । କିନ୍ତୁ କିଛି ବର୍ଷର ଚାକିରି ପରେ, ଆଡ୍ରିଏନ୍ ସୋସିଆଲ ମିଡ଼ିଆରେ ନିଜର ବୋଲ୍‌ଡ଼ ଫଟୋ ସେୟାର କରିବା ଆରମ୍ଭ କଲେ । ସମସ୍ତେ ଲେଡି ସିଙ୍ଗମ୍‌ଙ୍କ ବୋଲ୍‌ଡ ଫଟୋକୁ ପସନ୍ଦ କଲେ । ତାଙ୍କର ଏହି ଗ୍ଲାମରସ୍ ଫଟୋ ଯୋଗୁଁ ତାଙ୍କୁ ଆକ୍ରୋଶର ଶିିକାର ହେବାକୁ ପଡ଼ିଲା । ଏମିତି ପରିସ୍ଥିିତି ଉପୁଜିଲା ଯେ, ଶେଷରେ ତାଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଲା ।

ଆଡ୍ରିଏନ କହିଛନ୍ତି ଯେ, ଚୋକିରି ଛାଡ଼ିବା ପରେ ମୁଁ ସୋସିଆଲ ମିଡ଼ିଆରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲି । କିନ୍ତୁ ଏବେ ଡେଟିଂ ଆପ୍ ମୋ ଆକାଉଣ୍ଟକୁ ବ୍ଲକ କରିଦେଇଛିି । ଏବେ ଚାହିଁଲେ ବି ମୁଁ କାହା ସହ ଡେଟିଂ କରି ପାରୁ ନାହିିଁ । ମୋର ଆକାଉଣ୍ଟକୁ କାହିଁକି ବ୍ଲକ କରାଯାଇଛି, ମୁଁ ଜାଣି ନାହିଁ । କିନ୍ତୁ ଆଜିକାଲି ମୁଁ ମଡେଲିଂରୁ ବହୁତ ଅଧିକ ରୋଜଗାର କରୁଛନ୍ତି ।

Comments are closed.