Latest Odisha News

କରୋନା ଟିକାର ଚମତ୍କାର; ଉଠି ଚାଲିଲେ ଶଯ୍ୟାଶାୟୀ ବ୍ୟକ୍ତି

ରାଞ୍ଚି: ଚାରି ବର୍ଷ ଧରି ଶଯ୍ୟାଶାୟୀ ଥିବା ଝାଡଖଣ୍ଡର ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ କୋଭିଡ-୧୯ ଟିକା ପାଇବା ପରେ ସେ ପୁଣି ଥରେ ଚାଲିବା ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ ବୋକାରୋର ପେଟରୱାର୍ ଗାଁର ୪୪ ବର୍ଷୀୟ ଦୁଲାରଚାନ୍ଦ ଚାରି ବର୍ଷ ପୂର୍ବେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାରେ ସେ ଶଯ୍ୟାଶାୟୀ ହେବା ସହିତ ବାକ୍‌ଶକ୍ତି ମଧ୍ୟ ହରାଇଥିଲେ।

ଜାନୁୟାରୀ ୪ରେ, ଦୁଲାରଚାନ୍ଦ କୋଭିଶିଲ୍ଡ ଟିକା ନେଇଥିଲେ। ସୂଚନା ଅନୁଯାୟୀ ତାଙ୍କ ଶରୀରରେ ଟିକା ନେବାର ଗୋଟିଏ ଦିନ ପରେ ପ୍ରତିକ୍ରିୟା ହୋଇଥିଲା।

ଚାରି ବର୍ଷ ପୂର୍ବେ ଦୁଲାରଚାନ୍ଦ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଏବଂ ସେହି ଦିନଠାରୁ ସେ ଶଯ୍ୟାଶାୟୀ ହୋଇପଡ଼ିଥିଲେ ବୋଲି ଜଣାଯାଇଛି।

ଏହା କୌଣସି ଚମତ୍କାରଠୁ କମ୍‌ ନୁହେଁ। ଏହି ଘଟଣାର ଅଧିକ ଯାଞ୍ଚ ପାଇଁ ଏକ ଡାକ୍ତରୀ ଦଳ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Comments are closed.