ପାଟଣା: ବିହାର ନିର୍ବାଚନ ପୂର୍ବରୁ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ମୁଖ୍ୟ ସାମ ପିଟ୍ରୋଡା ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି।
ସେ କହିଛନ୍ତି ଯେ ପାକିସ୍ତାନ ତାଙ୍କୁ ପାଇଁ ଘର ଭଳି ଅନୁଭବ ଦିଏ। ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ସାମ ପିଟ୍ରୋଡା ପାକିସ୍ତାନ ସହିତ ଆଲୋଚନା ଲାଗି ଏକପ୍ରକାର ସମର୍ଥନ କରୁଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ତାଙ୍କ ପଡ଼ୋଶୀ ଉପରେ ବୈଦେଶିକ ନୀତିକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଥିଲେ।
ତେବେ ପିଟ୍ରୋଡାଙ୍କ ବୟାନକୁ ନେଇ ବିଜେପି ଏବେ କଂଗ୍ରେସ ଉପରେ ବର୍ଷିଛି। କଂଗ୍ରେସ ନେତା ସାମ ପିଟ୍ରୋଡା କହିଛନ୍ତି, “ମୋ ମତରେ, ଆମର ବୈଦେଶିକ ନୀତିରେ ଆମ ପଡ଼ୋଶୀ ଉପରେ ଧ୍ୟାନ ଦେବା ଉଚିତ। ଆମେ କ’ଣ ପ୍ରକୃତରେ ଆମର ପଡ଼ୋଶୀଙ୍କ ସହ ସମ୍ପର୍କକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରିପାରିବୁ?… ମୁଁ ପାକିସ୍ତାନ ଯାଇଛି, ଏବଂ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ମୁଁ ସେଠାରେ ନିଜ ଘର ଭଳି ଅନୁଭବ କରିଛି। ମୁଁ ବାଂଲାଦେଶ ଯାଇଛି, ମୁଁ ନେପାଳ ଯାଇଛି, ଏବଂ ମୁଁ ନିଜ ଘର ଭଳି ଅନୁଭବ କରିଛି। ମୁଁ ଏପରି ଅନୁଭବ କରୁନାହିଁ ଯେ ମୁଁ କୌଣସି ବିଦେଶୀ ଦେଶରେ ଅଛି।”
Comments are closed.