Latest Odisha News

ମୁସଲମାନଙ୍କ ଦାବି: ରାମ ମନ୍ଦିର ଉଦଘାଟନ ପୂର୍ବରୁ ମସଜିଦର ଶିଳାନ୍ୟାସ କରନ୍ତୁ ମୋଦି

ଅଯୋଧ୍ୟା : ଉତ୍ତରପ୍ରଦେଶର ଅଯୋଧ୍ୟାରେ ଏକ ବିଶାଳ ରାମ ମନ୍ଦିର ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ଜାନୁଆରୀରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ । ରାମ ମନ୍ଦିର ଉଦଘାଟନ ପୂର୍ବରୁ ଅଲ ଇଣ୍ଡିଆର ମୁସଲିମ ଜମାତର ରାଷ୍ଟ୍ରୀୟ ସଭାପତି ମୌଲାନା ମୁଫତି ଶାହାବୁଦ୍ଦିନ ରଜଭି ବରେଲଭି ଏକ ବଡ ଦାବି କରିଛନ୍ତି । ମୌଲାନା କହିଛନ୍ତି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବା ସହିତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରସ୍ତାବିତ ଜମିରେ ଏକ ନୂତନ ମସଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଉଚିତ ।

ଅଯୋଧ୍ୟାରେ ଥିବା ରାମ ମନ୍ଦିର ବଦଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଦିଆଯାଇଛି, ଯେଉଁଠାରେ ମସଜିଦ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ମୌ ଲାନା ଶାହାବୁଦ୍ଦିନ ରଜଭି କହିଛନ୍ତି ମୁସଲମାନମାନେ କେନ୍ଦ୍ରୀୟ ୱାକଫ ବୋର୍ଡ ଉପରେ ବିଶ୍ୱାସ ହରାଇଛନ୍ତି । ଆମେ ଚାହୁଁ କାବା ସରିଫର ଇମାମଙ୍କ ବଦଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉ । ତେଣୁ, ଜାନୁଆରୀ ୨୨ରେ, ପ୍ରଧାନମନ୍ତ୍ରୀଙ୍କଠାରୁ ସମୟ ନେବା ପରେ, ନୂତନ ବାବ୍ରି ମସଜିଦ ନିର୍ମାଣ ପାଇଁ ଭିତ୍ତ ପ୍ରସ୍ତର ମଧ୍ୟ ସ୍ଥାପନ କରାଯିବା ଉଚିତ । ବାବ୍ରି ମସଜିଦ ବଦଳରେ ମାଉଜା ଧାନିପୁର ଜିଲା ଫୈଜାବାଦରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ୫ଏକର ଜମି ଦିଆଯାଇଛି । କିନ୍ତୁ, ମସଜିଦ ନିର୍ମାଣ ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହା ଏକ ଦୁଃଖର ବିଷୟ, ଅପରପକ୍ଷରେ ରାମ ମନ୍ଦିର ନିର୍ମାଣ ଶେଷ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ଜାନୁଆରୀରେ ଏହାର ଉଦଘାଟନ କରିବାକୁ ଯାଉଛନ୍ତି ।

ମୌଲାନା କହିଛନ୍ତି ପ୍ରଧାନମନ୍ତ୍ରୀ ନିଜେ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଉପସ୍ଥିତ ରହିବେ, ତେଣୁ ଧାନିପୁର ମସଜିଦ ଯିବା ତାଙ୍କ ପାଇଁ ସହଜ ହେବ । ବହୁ ବର୍ଷ ପରେ ମଧ୍ୟ ମସଜିଦ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ, ବରଂ ମସଜିଦ ନାମରେ ଦାନ ପାଇଁ ଆବେଦନ କରାଯାଉଛି, ଏହି ଘଟଣାରେ ଭାରତର ମୁସଲମାନମାନେ ମାନସିକସ୍ତରରେ ଆଘାତ ପାଇଛନ୍ତି ।

Comments are closed.