Latest Odisha News

ଜବତ ବାଣ ଚାଲାଣ ମାମଲାରେ ବଦନାମୀ ପରେ ବେଗୁନିଆ ଆଇଆଇସିଙ୍କ ବଦଳି

ଖୋର୍ଦ୍ଧା: ସୋମବାର ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ବେଗୁନିଆ ଥାନା ଆଇଆଇସି ବିଶ୍ୱଜିତ ରାଉତରାୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି। ଶନିବାର ରାତିରେ ଥାନା ପରିସରରୁ ଜବତ ହୋଇଥିବା ବାଣ ଓ ମଦ ଚୋରା ଚାଲାଣ ହେଉଥିବା ଖବର ପରେ ଏହା ସ୍ପଷ୍ଟ ହୋଇଛି।

ବେଗୁନିଆ ଥାନା ପୁଲିସର ଏକ ଟିମ୍ ଶନିବାର ରାତିରେ କଣ୍ଟାବଡା ଗ୍ରାମରେ ଥିବା ଏକ ବେଆଇନ ବାଣ ତିଆରି କାରଖାନା ଉପରେ ଚଢ଼ଉ କରି ବିପୁଳ ପରିମାଣର ବାଣ ଜବତ କରିଥିଲା। ଏହାସହ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ସେହିପରି ଅନ୍ୟ ଏକ ଚଢାଉରେ ବେଗୁନିଆ ଷ୍ଟାଡିୟମ ନିକଟରୁ ମଦ ବୋଝେଇ କାରକୁ ଜବତ କରିଛି ପୋଲିସ। ଜବତ ବାଣ ଓ ମଦକୁ ଥାନା ପରିସରରେ ରଖାଯାଇଥିଲା। ଦିନ ପ୍ରାୟ ଗୋଟାଏ ବେଳେ ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଜଣେ ଡ୍ରାଇଭର ଜବତ ହୋଇଥିବା ବାଣ ଓ ମଦ ବୋଝେଇ ଏକ ଘରୋଇ ଭ୍ୟାନରେ ଥାନା ବାହାରକୁ ନେଇ ଯାଉଥିଲେ। ଠିକ୍ ସେହି ସମୟରେ ସ୍ଥାନୀୟ ସରପଞ୍ଚ ସତ୍ୟନାରାୟଣ ପ୍ରଧାନ ଓ କିଛି ଗ୍ରାମବାସୀ ଗାଡିକୁ ଅଟକାଇ ଜବତ ହୋଇଥିବା ବାଣ ଓ ମଦକୁ ଅନ୍ୟତ୍ର ଚାଲାଣ କରାଯିବାର କାରଣ ଗୃହରକ୍ଷୀଙ୍କୁ ପଚାରିଥିଲେ। ତେବେ ହୋମଗାର୍ଡ ପ୍ରକାଶ ମୁଦୁଲି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ପରେ ହୋମଗାର୍ଡ ଓ ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା।

ଏହି ଘଟଣାରେ ଆଇଆଇସି ବିଶ୍ବଜିତ ରାଉତରାୟଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା, ଯାହା ପରେ ତାଙ୍କୁ ବଦଳି କରାଯାଇଛି।

Comments are closed.