Latest Odisha News

BREAKING NEWS

ଲାଞ୍ଚ ନେଇଥିଲେ ସରକାରୀ ବାବୁ, ମାଡ଼ିବସିଲା ଭିଜିଲାନ୍ସ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ ଅଧିକାରୀ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲର ଆରଆଇ ବିଶ୍ଵନାଥ ରାୟ ବେହେରାଙ୍କୁ ଗିରଫ କରୁଛି ଭିଜିଲାନ୍ସ। ୨୦ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ।

ମିଳିଥିବା ସୂଚନା ଅନୁସାରେ, ସରକାରୀ ଜମିରେ ଥିବା ଏକ ଗଛ କାଟିବାକୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ କୋହଳ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ ବିଶ୍ଵନାଥ ରାୟ ବେହେରା। କୌଣସି ବାଟ ନ ପାଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଉକ୍ତ ବ୍ୟକ୍ତି।

ପୂର୍ବ ଯୋଜନା ମୁତାବକ ଆଜି ଶ୍ରୀ ରାୟ ୨୦ ହଜାର ଲାଞ୍ଚ ଟଙ୍କା ନେଇଥିବା ବେଳେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ଶ୍ରୀ ରାୟ ବେହେରାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ। ସେପଟେ ତାଙ୍କୁ ଗିରଫ କରି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ରାୟ ବେହେରାଙ୍କ ବାସ ଭବନ ସମେତ ୨ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ।

Comments are closed.