ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମକୁ ସ୍ବଚ୍ଛ ସର୍ବେକ୍ଷଣରେ ସଫଳତା ମିଳିଛି। ୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଠ ସହର ବର୍ଗର ଅଭିନବୀକରଣ ଏବଂ ଶ୍ରେଷ୍ଠ କାର୍ଯ୍ୟକାରିତା(ଇନୋଭେସନ ଆଣ୍ଡ ବେଷ୍ଟ ପ୍ରାକ୍ଟିସ୍)ରେ ବ୍ରହ୍ମପୁରକୁ ଶ୍ରେଷ୍ଠ ସହର ଭାବେ ପୁରସ୍କୃତ କରାଯାଇଛି। ଦିଲ୍ଲୀର ଅନୁଷ୍ଠିତ ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଏବଂ ସମ୍ମାନିତ ଅତିଥି ଭାବେ ବିଭାଗୀୟ ସଚିବ ମନୋଜ ଯୋଶୀ ପୁରସ୍କୃତ କରିଥିଲେ। ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କମିଶନର ଜେ.ସୋନାଲ ପୁରସ୍କାର ଗ୍ରହଣ କରିଥିବା ବେଳେ ବ୍ରହ୍ମପୁର ଉପଜିଲାପାଳ ଭି.କିର୍ତ୍ତି ଭାସନ ଉପସ୍ଥିତ ଥିଲେ। ମହାନଗର ନିଗମ ତରଫରୁ ସ୍ବଚ୍ଛତା ମୋବାଇଲ୍ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ଜରିଆରେ ସହରବାସୀ ଆଳିଆ ସଂଗ୍ରହ ଠାରୁ ଆରମ୍ଭ କରି ଶୌଚାଳୟ ସଫେଇ, ପାଇଖାନା ଗାଡ଼ି ଏବଂ ଅନ୍ୟାନ୍ୟ ପରିମଳ ଜନିତ ସୁବିଧା ଓ ଅସୁବିଧା ବିଷୟରେ ମତାମତ ଦିଆଯାଉଛି। ବହୁ ସହରବାସୀ ଏହି ଆପ୍ ବ୍ୟବହାର କରୁଛନ୍ତି। ମହାନଗର ନିଗମର ଏହି ଅଭିନବୀକରଣ ପାଇଁ ବ୍ରହ୍ମପୁରକୁ ପୁରସ୍କାର ପ୍ରଦାନ କରାଯାଇଛି।
BREAKING NEWS
- ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ୍, ସୁହାଉଛି ଓଡ଼ିଶା ଜଳବାୟୁ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ
- ରୁଷରେ ଫସିଯାଇଛନ୍ତି ତେଲେଙ୍ଗାନାର ଚାରି ଯୁବକ; ଚାକିରି ନାଁରେ ସେନାରେ ଜବରଦସ୍ତି ଭର୍ତ୍ତି କରାଇଦେବା ଅଭିଯୋଗ
- ଖରାପ କୋଲେଷ୍ଟେରଲ୍ ବ୍ୟତୀତ ଏହି ୬କାରଣ ହାର୍ଟ ପାାଇଁ ବିପଦ
- J&K Encounter: ପହଲଗାମ୍ ମାଷ୍ଟରମାଇଣ୍ଡ ହାଶିମ ମୂସା ନିପାତ
- ମଝି ଆକାଶରେ ପାଇଲଟକୁ ଛୁରାମାଡ଼, ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ
- ଭାରତକୁ ‘ଉଚ୍ଚଜାତି ହିନ୍ଦୁ ରାଷ୍ଟ୍ର’ କରିବା ପାଇଁ ଚାହୁଁଛି SIR: ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକଲା ପ୍ରଭାକର
- Modi Cabinet: ମୋଦୀ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି; ୬ ରବି ଫସଲର MSP ବଢ଼ିଲା, ଗ୍ରୀନ୍ ଏନର୍ଜି କରିଡରକୁ ମଞ୍ଜୁରୀ
- Koffee With Karan: ସିଜିନ୍-୯ ପରେ ଶୋ’ ଶେଷ, ଭାବବିହ୍ୱଳ ଭିଡିଓ ପୋଷ୍ଟ
- Chambal to UPSC: ଜେଜେ ଚମ୍ବଲର ଡକାୟତ! ନାତି ବାଛିଲେ ଅଲଗା ରାସ୍ତା; UPSCରେ ସଫଳ ହୋଇ ଏବେ ସିଭିଲ ସର୍ଭିସରେ

Comments are closed.