ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମକୁ ସ୍ବଚ୍ଛ ସର୍ବେକ୍ଷଣରେ ସଫଳତା ମିଳିଛି। ୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଠ ସହର ବର୍ଗର ଅଭିନବୀକରଣ ଏବଂ ଶ୍ରେଷ୍ଠ କାର୍ଯ୍ୟକାରିତା(ଇନୋଭେସନ ଆଣ୍ଡ ବେଷ୍ଟ ପ୍ରାକ୍ଟିସ୍)ରେ ବ୍ରହ୍ମପୁରକୁ ଶ୍ରେଷ୍ଠ ସହର ଭାବେ ପୁରସ୍କୃତ କରାଯାଇଛି। ଦିଲ୍ଲୀର ଅନୁଷ୍ଠିତ ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଏବଂ ସମ୍ମାନିତ ଅତିଥି ଭାବେ ବିଭାଗୀୟ ସଚିବ ମନୋଜ ଯୋଶୀ ପୁରସ୍କୃତ କରିଥିଲେ। ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କମିଶନର ଜେ.ସୋନାଲ ପୁରସ୍କାର ଗ୍ରହଣ କରିଥିବା ବେଳେ ବ୍ରହ୍ମପୁର ଉପଜିଲାପାଳ ଭି.କିର୍ତ୍ତି ଭାସନ ଉପସ୍ଥିତ ଥିଲେ। ମହାନଗର ନିଗମ ତରଫରୁ ସ୍ବଚ୍ଛତା ମୋବାଇଲ୍ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ଜରିଆରେ ସହରବାସୀ ଆଳିଆ ସଂଗ୍ରହ ଠାରୁ ଆରମ୍ଭ କରି ଶୌଚାଳୟ ସଫେଇ, ପାଇଖାନା ଗାଡ଼ି ଏବଂ ଅନ୍ୟାନ୍ୟ ପରିମଳ ଜନିତ ସୁବିଧା ଓ ଅସୁବିଧା ବିଷୟରେ ମତାମତ ଦିଆଯାଉଛି। ବହୁ ସହରବାସୀ ଏହି ଆପ୍ ବ୍ୟବହାର କରୁଛନ୍ତି। ମହାନଗର ନିଗମର ଏହି ଅଭିନବୀକରଣ ପାଇଁ ବ୍ରହ୍ମପୁରକୁ ପୁରସ୍କାର ପ୍ରଦାନ କରାଯାଇଛି।
BREAKING NEWS
- ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ମୃତ୍ୟୁ
- ବାପା, ମାଆ ସିଟରେ ଲଢ଼ିବେ ପୁଅ
- ମୁଜୀବ ଉର ରହେମାନଙ୍କ ସ୍ଥାନରେ ଏହି ୧୬ ବର୍ଷୀୟ ବୋଲରଙ୍କୁ ଦଳରେ ସାମିଲ କଲା କେକେଆର
- ଦୀପାଳି-ବର୍ଷା-ଅଳକା: କାହାକୁ ଟିକେଟ, କାହାର କଟିବ ?
- ପଦାର୍ପଣ ଡାଇମଣ୍ଡ ଲିଗରେ କମାଲ କରିବା ଲକ୍ଷ୍ୟରେ ଓଡିଶାର ଜାଭେଲିନ ଥ୍ରୋୟର କିଶୋର
- ପଦ୍ମ ଧରିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ
- ଭାରତୀୟ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଲା ଓସ୍ଜା
- ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୭: ଚ୍ୟାଲେଂଜ ଲିଗ ପାଇଁ ଟିମ ଘୋଷଣା
- ବିଜେଡ଼ି ଟିକେଟ ଘୋଷଣା ପରେ ଜଗା ଦର୍ଶନ ସହ ଆଶୀର୍ବାଦ ନେଲେ ପ୍ରଣବ ପ୍ରକାଶ ଓ ସଞ୍ଜୟ ଦାସବର୍ମା
- ରୋହିତଙ୍କ ପାଖକୁ ଫେରିବ କି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଦାୟିତ୍ୱ