Latest Odisha News

BREAKING NEWS

ଗିରଫ ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ !

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ତାଙ୍କ ବିରୋଧରେ ସ୍ଥାନୀୟ କୋର୍ଟ ଗିରଫ ୱାରେଂଟ ଜାରୀ କରିଛନ୍ତି । ମାର୍ଗାଲା ପୋଲିସ ଷ୍ଟେସନର ରିପୋର୍ଟକୁ ଭିତି କରି ଏହି ୱାରେଂଟ ଜାରୀ କରାଯାଇଛି । ଅଗଷ୍ଟ ୨୦ରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଅତିରିକ୍ତ ସେଶନ ଜଜ ଜେବା ଚୌଧୁରୀଙ୍କ ବିରୋଧରେ ଇମ୍ରାନ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ୨୧ରେ ଏ ନେଇ ତାଙ୍କ ବିରୋଧରେ କେସ ରୁଜୁ ହୋଇଥିଲା । ତେହେରିକ ଇ ଇନ୍ସାଫର ମୂଖ୍ୟ କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ହାଜର ହୋଇ ନ ଥିଲେ ।

ଶେଷରେ ସେ ଅଗ୍ରୀମ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଛି । କୋର୍ଟ ଅବଶ୍ୟ ଇମ୍ରାନଙ୍କ ବିରୋଧରେ ଆସିଥିବା ଟେରୋରିଜମ ଚାର୍ଜକୁ ହଟେଇ ଦେଇଛନ୍ତି । ଇମ୍ରାନ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।

Leave A Reply

Your email address will not be published.