Latest Odisha News

BREAKING NEWS

ହଠାତ ଆଇପିଏଲରୁ ଓହରିଗଲେ ବେନ ଡକେଟ, ହୋଇପାରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଇଂଲଣ୍ଡର ଓପନିଂ ବ୍ୟାଟ୍ସମ୍ୟ।।ନ ବେନ ଡକେଟ ହଠାତ ଆଇପିଏଲ ୨୦୨୬ ସଂସ୍କରଣରୁ ଓହରି ଯାଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କିଣିଥିଲା । ଆନ୍ତର୍ଜାତୀୟ କ୍ରିକେଟ ପ୍ରତି ଧ୍ୟାନ ଦେବା ପାଇଁ ସେ ଏହି ପଦକ୍ଷେପ ଗ୍ରହଣ କରିଥିବା ସ୍ପଷ୍ଟ କରିଛନ୍ତି । ଏହା ଏକ କଷ୍ଟକର ନିଷ୍ପତି ଥିଲେ ମଧ୍ୟ କ୍ୟାରିୟର ପାଇଁ ଜରୁରୀ ଥିଲା । ୨୦୨୬ ଟି୨୦ ବିଶ୍ୱକପ ଦଳର ସେ ସଦସ୍ୟ ଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନ ଥିଲେ । ଆଇପିଏଲ ଏବେ ତାଙ୍କୁ ୨ଟି ସିଜନ ପାଇଁ ବାସନ୍ଦ କରିପାରେ ।

୨୦୨୫ ଆଇପିଏଲ ପୂର୍ବରୁ ଘୋଷଣା କରାଯାଇଥିଲା ଉପଯୁକ୍ତ କାରଣ ନ ଦର୍ଶାଇ ଯଦି କୌଣସି ଖେଳାଳି ହଠାତ ଓହରିଯାଏ ତେବେ ତାଙ୍କୁ ୨ଟି ସିଜନରୁ ବାସନ୍ଦ କରାଯିବ । ଗତ ସଂସ୍କରଣରେ ହ୍ୟାରୀ ବ୍ରୁକ ଓହରିଯିବା ଯୋଗୁ ୨୦୨୭ ପର୍ଯ୍ୟନ୍ତ ସେ ଆଇପିଏଲ ଖେଳିପାରିବେ ନାହିଁ । ଡକେଟ ଦିଲ୍ଲୀ ଟିମ ଏବଂ ପ୍ରଶଂସକଙ୍କ ନିକଟରେ ଏ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.