ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମେଗା ନିଲାମ ପାଇଁ ବିସିସିଆଇ ତାରିଖ ଓ ଭେନ୍ୟୁ ଚୂଡାନ୍ତ କରିସାରଛି । ସାଉଦି ଆରବର ଜେଦାହରେ ଚଳିତ ମାସ ୨୪ ଓ ୨୫ରେ ମେଗା ନିଲାମ ଆୟୋଜିତ ହେବ । ଇଂଲଣ୍ଡର ଷ୍ଟାର ଖେଳାଳି ବେନ ଷ୍ଟୋକ୍ସଙ୍କୁ ମେଗା ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇ ନାହିଁ । ବିସିସିଆଇର ନୂତନ ନିୟମ ଅନୁସାରେ ଷ୍ଟୋକ୍ସ ଆଗାମୀ ଆଇପିଏଲର ୨ଟି ସଂସ୍କରଣରେ ଖେଳି ପାରିବେ ନାହିଁ । ମେଗା ନିଲାମ ପ୍ରକ୍ରିୟା ପୂର୍ବରୁ ଆଇପିଏଲର କେତେକ ନୂତନ ନିୟମାବଳୀ ଲାଗୁ କରାଯାଇଥିଲା ।
ଯଦି କୌଣସି ବିଦେଶୀ ଖେଳାଳି ମେଗା ନିଲାମ ପୂର୍ବରୁ ବ୍ୟକ୍ତିଗତ ଭାବେ ରେଜିଷ୍ଟର ନ କରିଥିବେ ତେବେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବ । ଷ୍ଟୋକ୍ସ ଏହି ଭୁଲ କରିଥିଲେ । ସେ ୨୦୨୬ ପର୍ଯ୍ୟନ୍ତ ଆଇପିଏଲରେ ଖେଳିପାରିବେ ନାହିଁ । ପୂର୍ବରୁ କେତେକ ବିଦେଶୀ ଖେଳାଳି ମେଗା ନିଲାମରେ ସାମିଲ ନ ହୋଇ ପରବର୍ତୀ ନିଲାମ ମାଧ୍ୟମରେ ମୋଟା ଅଙ୍କର ଅର୍ଥ ହାସଲ କରୁଥିଲେ । ୨୦୨୨ ମେଗା ନିଲାମରେ ଷ୍ଟୋକ୍ସ ଅଂଶଗ୍ରହଣ ନ କରି ୨୦୨୩ରେ ୧୬.୨୫ କୋଟିରେ ଚେନ୍ନାଇ ସୁପର କିଙ୍ଗସ ସହିତ ଯୋଗ ଦେଇଥିଲେ ।
Comments are closed.