Latest Odisha News

ଆରବିଆଇର ବଡ ସୂଚନା, ଏଣିକି ଠକାମୀ ତଥା ଭୁଲ ଆକାଉଣ୍ଟକୁ ହେବନି ଟଙ୍କା ଟ୍ରାନ୍ସଫର

ନୂଆଦିଲ୍ଲୀ: ଅନେକ ଥର ଦେଖିବାକୁ ମିଳେ ଯେ, ଗ୍ରାହକମାନେ ଆରଟିଜିସି ଏବଂ ଏନଇଏଫଟି ଜରିଆରେ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରୁଥିବା ସମୟରେ ଭୁଲରେ ଅନ୍ୟ କେଉଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯାଏ l ତେବେ ଯଦି ଆପଣ ମଧ୍ୟ ଏପରି ଭୁଲ କିମ୍ବା ଠକେଇର ସାମ୍ନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର l ଖୁବ ଶୀଘ୍ର ବ୍ୟାଙ୍କ ଗ୍ରାହକଙ୍କ ଦ୍ୱାରା କରାଯାଇଥିବା ଏଭଳି ତ୍ରୁଟି ହ୍ରାସ ପାଇବା ସହ ଠକେଇରେ ମଧ୍ୟ ଲଗାମ ଲାଗିବ l

ଏବେ ରିଅଲ୍ ଟାଇମ୍ ଗ୍ରୋସ୍ ସେଟେଲମେଣ୍ଟ ସିଷ୍ଟମ୍ ଏବଂ ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର ସହିତ କାରବାରକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଫଣ୍ଡ୍ ରେମିଟର ଅର୍ଥାତ୍ ଟଙ୍କା ଟ୍ରାନ୍ସଫର କରୁଥିବା ବ୍ୟକ୍ତି ରିସିଭରଙ୍କ ନାମ ଜଣିପରିବେ l ‘ବେନିଫିସିଆରି ଆକାଉଣ୍ଟ ନେମ ଲୁକ୍ ଅପ୍’ ସୁବିଧା ଆରମ୍ଭ କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି।

ଏହି ସୁବିଧା ଦ୍ୱାରା ଗ୍ରାହକ ଯେବେବି ୟୁପିଆଇ ଆଇଏମପିଏସ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର ଟ୍ରାନ୍ସଫର କରୁଥିବା ବ୍ୟକ୍ତି, ତା’ ପୂର୍ବରୁ ରିସିଭରଙ୍କ ପରିଚୟ ଯାଞ୍ଚ କରିବାର ବିକଳ୍ପ ପାଇପାରିବ l ପୂର୍ବରୁ କିନ୍ତୁ ଏହି ସୁବିଧା ରିଅଲ୍ ଟାଇମ୍ ଗ୍ରସ୍ ସେଟଲେମେଣ୍ଟ ସିଷ୍ଟମ୍ ଏବଂ ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର ସିଷ୍ଟମରେ ଉପଲବ୍ଧ ନଥିଲା l
ସେପଟେ ପ୍ରତି ୟୂପିଆଇ କାରବାର ସୀମା ବର୍ତ୍ତମାନ ୫,୦୦୦ ରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ମୁଦ୍ରା ନୀତି କମିଟି ବୈଠକ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇ କହିଛନ୍ତି ଯେ, ପ୍ରତି ୟୂପିଆଇ କାରବାର ସୀମା ବର୍ତ୍ତମାନ ୫,୦୦୦ ରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଯେଉଁଠାରେ ୟୁପିଆଇ ଲାଇଟ୍ ୱାଲେଟର ସୀମା ୨ ହଜାରରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରତି କାରବାରରେ ୟୁପିଆଇ ଲାଇଟ୍ ୱାଲେଟ୍ ସୀମା ୫୦୦ରୁ ୧୦୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ଡିଜିଟାଲ୍ ଦେୟକୁ ପ୍ରୋତ୍ସାହିତ କରିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.