Latest Odisha News

BREAKING NEWS

Radish benefits: ରକ୍ତଚାପକୁ ନିୟନ୍ତ୍ରଣ କରେ ମୂଳା !

ଭୁବନେଶ୍ବର: ଆଉ କିଛି ମାସ ପରେ ଥଣ୍ଡା ପଡିବ । ତେବେ ଏହି ଶୀତ ଋତୁର ଏକ ପରିବା ହେଉଛି ମୂଳା। ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ମୂଳାକୁ ଅନେକ ଉପାୟରେ ଖାଦ୍ୟରେ ସାମିଲ କରୁ। ତେବେ ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ଥଣ୍ଡା, କାଶ ଏବଂ ଫ୍ଲୁରୁ ରକ୍ଷା କରିବାରେ ସାହାଯ୍ୟ କରିପାରେ।

ଆମେ ସାଧାରଣତଃ ମୂଳାକୁ ସାଲାଡ,ଭଜା,ପରଟା,ଆଚାର,ସୁପ ତିଆରିରେ ବ୍ୟବହାର କରୁ ।

ଏଥିରେ ଫାଇବର, ଭିଟାମିନ ସି, ପୋଟାସିୟମ, ଫସଫରସ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନ ରହିଛି।

ମୂଳାରେ ଭରପୂର ପରିମାଣରେ ଫାଇବର ଥାଏ, ଯାହା କୋଷ୍ଠକାଠିନ୍ୟ ଏବଂ ଅନ୍ୟାନ୍ୟ ପେଟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ଏହା ପାଚନ କ୍ରିୟାକୁ ସକ୍ରିୟ କରେ ଏବଂ ପେଟ ସଫା ରଖିବାରେ ସାହାଯ୍ୟ କରେ।

ସେହିପରି ମୂଳା ଏକ ପ୍ରାକୃତିକ ବିଷମୁକ୍ତକାରୀ। ଏହା ଯକୃତ ଏବଂ କିଡନୀକୁ ସଫା କରେ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ। ଜଣ୍ଡିସ୍ ପାଇଁ ମୂଳା ଖାଇବାକୁ ଲାଭଦାୟକ ।

ମୂଳାରେ କ୍ୟାଲୋରୀ କମ୍ ଏବଂ ପାଣି ଅଧିକ ଥାଏ। ଏହାକୁ ଖାଇବା ଦ୍ୱାରା ପେଟ ଭରିଯାଏ ଏବଂ ଭୋକ ନ ଲାଗିଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଆହୁରି ମଧ୍ୟ ମୂଳା ଭିଟାମିନ୍ ସିରେ ଭରପୂର, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। ଏହା ଥଣ୍ଡା ଏବଂ ଫ୍ଲୁକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ।

ମୂଳାରେ ପୋଟାସିୟମ ଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଏବଂ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ମୂଳାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏଥିରେ ଇନସୁଲିନ୍ କ୍ଷରଣକୁ ଉନ୍ନତ କରେ ।

ମୂଳା ଆଣ୍ଟିଅକ୍ସିଡାଣ୍ଟ ଏବଂ ପାଣିରେ ଭରପୂର, ଯାହା ଚର୍ମକୁ ହାଇଡ୍ରେଟ୍ କରିଥାଏ । ସ୍କିନକୁ ସଫା ଏବଂ ଚମକଦାର କରିଥାଏ। ଏହା ବ୍ରଣ ଏବଂ ଅନ୍ୟାନ୍ୟ ଚର୍ମ ସମସ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରେ।

Comments are closed.