Latest Odisha News

ଭାରତୀୟ ପରମ୍ପରାରେ ଚରଣ ସ୍ପର୍ଶ; ଜାଣନ୍ତୁ, କ’ଣ ରହିଛି ମହତ୍ୱ !

ମହାନ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆଜି ମଧ୍ୟ କୋଟି କୋଟି ଭାରତୀୟ ସମ୍ମାନ ସହକାରେ ପାଳନ କରିଚାଲିଛନ୍ତି । ଭାରତୀୟ ସଂସ୍କୃତି ଆଜି ସମଗ୍ର ବିଶ୍ୱରେ ଆଦୃତି ଲାଭ କରିବା ସହିତ ବିଭିନ୍ନ ଦେଶରେ ଭାରତୀୟ ଯୋଗ ଓ ଆଧ୍ୟାତ୍ମିକତାକୁ ଗ୍ରହଣ କରିଛନ୍ତି । ଭାରତୀୟ ସଂସ୍କୃତିରେ ଗୁରୁଜନମାନଙ୍କ୍‌ୁ ଲଘୁଜନମାନେ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରିଥାଆନ୍ତି । ଭାରତୀୟମାନେ ତାଙ୍କର ପିତା, ମାତା,ଗୁରୁ ଓ ଗୁରୁଜନଙ୍କର ଚରଣ ଛୁଇଁ ପ୍ରଣାମ କରିଥାନ୍ତି । ଏହା ବଦଳରେ ସେମାନେ ମୁଣ୍ଡ ଉପରେ ହାତ ବୁଲେଇ ଆଶୀର୍ବାଦ ଦେଇଥାନ୍ତି ।

ଗୁରୁଜନ ମାନଙ୍କ ର ଶୁଭ ଆଶୀର୍ବାଦ କୁ ଭାରତରେ ଅଧିକ ଗୁରୁତ୍ୱ ଦିଆଯାଏ । ସଦ ବିଚାର ସମାଜରେ ସକାରାତ୍ମକ ଭାବନା ଖେଳାଇଦେଇଥାଏ । ପ୍ରେମ,ଦିବ୍ୟତ୍ୱ ଓ ମହାନତା ଭରା ସେମାନଙ୍କ ହୃଦୟରୁ ଉତ୍ପନ୍ନ ଶୁଭେଛାରେ ବିଶାଳ ଶକ୍ତି ରହିଥାଏ । ଯାହା ସକାରତ୍ମକ ଶକ୍ତିର ରୂପ ବେଇ ଆମକୁ ସବୁବେଳେ ରକ୍ଷା  କଁରିଥାଏ ।

ଗୁରୁଜନଙ୍କୁ ପ୍ରତି ଆଦର ଓ ସମ୍ମାନ ପ୍ରକଟ କରିବାର ଏକ ବିଧି ସେମାନଙ୍କ ଚରଣ ସ୍ପର୍ଶ କରିବା । ନମସ୍କାର କହିବା ସମୟରେ ଦୁଇ ହାତକୁ ଯୋଡି ହୃଦୟ ଆଗରେ ରଖିଥାଉ । ଏହା ହେଉଛି ଆମ ସଂସ୍କୃତିର ପରମ୍ପରା ।

Comments are closed.