Latest Odisha News

ଜାଣନ୍ତୁ ଶଙ୍ଖ ରଖିଲେ କିପରି ବଢିବ ଧନ, ସୁଖ ଓ ସମୃଦ୍ଧି !

ଭୁବନେଶ୍ୱର: ଶଙ୍ଖ ହେଉଛି ଏକ ସାମୁଦ୍ରିକ ଜୀବର ଦେହାଂଶ । ପ୍ରାଚୀନ ବୈଦିକ ତଥା ଭାରତୀୟ ହିନ୍ଦୁ ପରମ୍ପରାରେ ଶଙ୍ଖର ବିଶେଷ ମହତ୍ୱ ରହିଛି । ଫେଗସୁଇ ଓ ବାସ୍ତୁଶାସ୍ତ୍ରାନୁସାରେ ଘରେ ଶଙ୍ଖ ରଖି ପୂଜା କରିବା ଦ୍ୱାରା ପରିବାରରେ ସମୃଦ୍ଧି ବୃଦ୍ଧି ହେବା ସହିତ ଧନ ବୃଦ୍ଧି ହୋଇଥାଏ । ଭାରତୀୟ ପୁରାଣ ଶାସ୍ତ୍ର କହେ ଭଗବାନ ବିଷ୍ଣୁଙ୍କ ଅନ୍ୟ ଏକ ଆୟୁଧ ତଥା ପବିତ୍ର ବସ୍ତୁ ହେଲା ଶଙ୍ଖ । ବିଧି ମୁତାବକ ଘରେ ଶଙ୍ଖ ରଖି ପୂଜା କରିବା ଦ୍ୱାରା ଗୃହରେ ଥିବା ନକାରାତ୍ମକ ଶକ୍ତି ନାଶ ଯିବା ସହିତ ଘରେ ଏକ ପବିତ୍ର ତଥା ସକାରାତ୍ମକ ଶକ୍ତିର ସଂଚାର ହୋଇଥାଏ ।

ବୈଦିକ ଶାସ୍ତ୍ର କହେ ଶଙ୍ଖ ଦୁଇ ପ୍ରକାରର । ଗୋଟିଏ ପୂଜା କରିବା ଶଙ୍ଖ ଏବଂ ଅନ୍ୟଟି ହେଉଛି ବଜାଇବା ଶଙ୍ଖ । କୁହାଯାଏ ପ୍ରତ୍ୟେକ ଦିନ ଶଙ୍ଖ ବଜାଇବା ଦ୍ୱାରା ଶରୀରରେ ଥିବା ଯାବତୀୟ ରୋଗର ଜୀବାଣୁର କ୍ଷୟ ହୋଇଥାଏ ଏବଂ ଶାରୀରିକ ତଥା ମାନସିକ ଭାବେ ଶରୀର ସୁସ୍ଥ ରହିଥାଏ । ଶଙ୍ଖ ବଜାଇବା ଦ୍ୱାରା ଏବଂ ଶଙ୍ଖର ପବିତ୍ର ଶବ୍ଦ ଶୁଣିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାରର ହୃଦରୋଗ ଭଲ ହୋଇଥାଏ ।

ଘରେ ପ୍ରତିଦିନ ସକାଳେ ଓ ସଂଧ୍ୟାବେଳେ ଶଙ୍ଖ ବଜାଇବା ଉଚିତ । ଫଳରେ ଗୃହରେ ଥିବା ନକାରାତ୍ମକ ଶକ୍ତି ଲୋପ ପାଇ ସକାରାତ୍ମକ ଶକ୍ତି ସଞ୍ଚୟ ହୋଇଥାଏ । ଯେଉଁ ଶଙ୍ଖ ବଜାଇଥାଆନ୍ତି ସେଥିରେ ଜଳ ରଖାଯାଇନଥାଏ । ବଜାଇ ସାରି ଧୋଇ ରଖିଦେବା ଉଚିତ । ମାତ୍ର କେବଳ ପୂଜା କରିବା ଶଙ୍ଖ ହେଉଛି ଦକ୍ଷିଣାବର୍ତ୍ତୀ ଶଙ୍ଖ । ଏଥିରେ ଜଳ ରଖି ଏବଂ ନାଲି କନା ଢାଙ୍କି ପୂଜା ଘରେ ପୂଜା କରିବା ଉଚିତ । ଫଳରେ ଧନ ବୃଦ୍ଧି ହେବା ସହିତ ପରିବାରର ସମୃଦ୍ଧି ବଢିଥାଏ ।

ବଜାଇବା ଶଙ୍ଖକୁ ପୂଜାଘରେ ଉଚ୍ଚସ୍ଥାନରେ ଧଳା କନା ଢାଙ୍କି ରଖିବା ଆବଶ୍ୟକ । ସେହିପରି ପୂଜା ଶଙ୍ଖକୁ ଠାକୁରଙ୍କ ନିକଟରେ ଜଳ ପୂର୍ଣ୍ଣ କରି ନାଲି କନା ଦେଇ ପୂଜା କରିବା ଉଚିତ । ଗୋଟିଏ ପୂଜାଘରେ ଦୁଇଟି ବଜାଇବା ଶଙ୍ଖ ବା ଦୁଇଟି ପୂଜା ଶଙ୍ଖ ଆଦୌ ରଖିବା କଥା ନୁହେଁ ।

ଘରେ ଶଙ୍ଖ ରଖି ବିଧି ଅନୁସାରେ ପୂଜା କଲେ ଦମ୍ପତିଙ୍କ ମଧ୍ୟରେ ବୈବାହିକ ଜୀବନ ସୁଖମୟ ହୋଇଥାଏ ।

ସମଗ୍ର ପରିବାରର ସୌଭାଗ୍ୟ ବୃଦ୍ଧି ଘଟିଥାଏ । ଦକ୍ଷିଣାବର୍ତ୍ତ ଶଙ୍ଖ ପୂଜା କଲେ କ୍ୟାରିୟରରେ ଅଗ୍ରଗତି ହୋଇ ଧନବୃଦ୍ଧି ଘଟିଥାଏ ।

ଏପରିକି ପରିବାରର ସମସ୍ତ ସଦସ୍ୟମାନଂକ ମଧ୍ୟରେ ଭଲ ସମ୍ପର୍କ ବୃଦ୍ଧି ଘଟିଥାଏ ।

 

Leave A Reply

Your email address will not be published.