Latest Odisha News

BREAKING NEWS

ମାର୍ଗଶୀର ପୂର୍ଣ୍ଣିମାର ମହିମା; ପୂଜା ଓ ବ୍ରତରେ ମିଳିଥାଏ ପୂଣ୍ୟଫଳ…

ମାର୍ଗଶୀର ମାସକୁ ଅତି ପବିତ୍ର, ଏବଂ ଶ୍ରେଷ୍ଠ ବୋଲି କୁହାଯାଏ । ପୂରାଣରେ ଏଇ ମାସର ପୂର୍ଣ୍ଣିମାକୁ ମଧ୍ୟ ମହତ୍ୱପୂର୍ଣ୍ଣ ଏବଂ ଫଳଦାୟୀ ବୋଲି କୁହାଯାଇଛି । ଏଇ ପୂର୍ଣ୍ଣିମାରେ ସ୍ନାନ, ଦାନ ଏବଂ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ବିଧାନ ରହିଛି । ଏଇ ପୂର୍ଣ୍ଣିମାରେ ସ୍ନାନ ଏବଂ ଦାନର ସେତିକି ମହତ୍ଵ ରହିଛି ଯେତିକି କାର୍ତିକ ପୁର୍ଣିମାର ରହିଛି । ଏଥର ମାର୍ଗଶିର ପୂର୍ଣ୍ଣିମା ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧୨ ତାରିଖରେ ପଡୁଛି । ଚାଲନ୍ତୁ ଜାଣିବା କଣ ମହତ୍ଵ ରହିଛି ।

ମାର୍ଗଶୀର ପୁର୍ଣିମାର ମହତ୍ଵ:

ପୁରମାସଟି ଯାକ ପୂଜା,ପାଠ,ଏବଂ ଵ୍ରତ କରୁଥିବା ବ୍ୟକ୍ତିଙ୍କ ପାଈଁ ପୂର୍ଣ୍ଣିମାକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଇଛି । ଏଇ ଦିନ କୌଣସି ତୀର୍ଥ ବା ପବିତ୍ର ନଦୀରେ ସ୍ନାନ କରି ଦାନ କରିବା ଦ୍ୱାର। ସବୁ ପାପର ନଷ୍ଟ ହୋଇଥାଏ । ଏଇ ଦିନରେ ଵ୍ରତ ରଖି ଭଗବାନ ବିଷ୍ଣୁଙ୍କ ର ପୂଜା ପାଠ କିମ୍ବା ତାଙ୍କର ସ୍ତୁତି ଜପ କରିଲେ ସବୁ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ ରହିଛି । ମାର୍ଗଶିର ପୂର୍ଣ୍ଣିମାରେ ଗୀତା ପାଠ କରିବାର ମଧ୍ୟ ମହତ୍ଵ ଓ ବିଧି ରହିଛି ।

ଏଇ ପୂର୍ଣ୍ଣିମାରେ ମିଳିଥାଏ ୩୨ ଗୁଣ ଲାଭ:

ପୁରାଣ କଥା ଅନୁସାରେ ଏଇ ପୂର୍ଣ୍ଣିମାରେ ତୁଳସୀ ଚେର ମାଟି ସହ କୌଣସି ବି ପୁଷ୍କରିଣୀରେ ସ୍ନାନ କରିଲେ ଭଗବାନ ବିଷ୍ଣୁଙ୍କ କୃପା ମିଳିଥାଏ ।ସ୍ନାନ ସମୟରେ ଓଁ ନମୋ ଭଗବତେ ବାସୁଦେବାୟ ନମଃ ମନ୍ତ୍ରକୁ ଜପ କରିବା ଉଚିତ । ଏଇ ଦିନରେ ଦାନ ଜରିଲେ ଅନ୍ୟ ପୂର୍ଣ୍ଣିମାରେ ଦାନର ତୁଳନାରେ ୩୨ ଗୁଵା ଫଳପ୍ରାପ୍ତି ବା ଲାଭ ହୋଇଥାଏ ବୋଲି ଶାସ୍ତ୍ର ରେ ବର୍ଣନା ରଶିଛି ।

ମାର୍ଗଶୀର ପୁର୍ଣିମାର ପୂଜା ବିଧି
  • ଏଇ ଦିନ ରେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ପୁରା ଘରକୁ ସଫା କରି ଗୋମୂତ୍ର ଛିଞ୍ଚନ୍ତୁ ।
  • ଘର ବାହାରେ ଝୋଟି,ମୁରୁଜ ପକାନ୍ତୁ ।
  • ପୂଜା କରିବା ସ୍ଥାନରେ ଗାଈ ଗୋବରରେ ଲିପା ପୋଛା କରି ଗଙ୍ଗା ଜଳ ଛିଞ୍ଚନ୍ତୁ ।
  • ତୁଳସୀ ଗଛରେ ଜଳଦାନ କରି ପ୍ରଣାମ ପୂର୍ବକ ତୁଳସୀପତ୍ର ତୋଳନ୍ତୁ ।
  • କଞ୍ଚା ଖୀରରେ ଗଙ୍ଗା ଜଳ ମିଶାଇ ଭଗବାନ ବିଷ୍ଣୁ ଓ ଲଷ୍ମୀ ଏବଂ ଶ୍ରୀକୃଷ୍ଣ ଏବଂ ଶାଳଗ୍ରାମକୁ ଅଭିଷେକ କରନ୍ତୁ ।
  • ବିଭିନ୍ନ ସାମଗ୍ରୀ ଦ୍ୱାରା ପୂଜା କରି ତୁଳସୀ ପତ୍ର ଅର୍ପଣ କରନ୍ତୁ ।
Leave A Reply

Your email address will not be published.