Latest Odisha News

BREAKING NEWS

ଆଜି ଭାରତ-ୱେଷ୍ଟଇଣ୍ଡିଜ ନିର୍ଣ୍ଣାୟକ ଟି-୨୦; ବିଜୟ ଲକ୍ଷ୍ୟରେ ଉଭୟ ବିରାଟ ଓ ପୋଲାର୍ଡ଼ !

ମୁମ୍ବାଇ: ଆଜି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ନିର୍ଣ୍ଣାୟକ ତଥା ଚୂଡ଼ାନ୍ତ ଟି-ଟ୍ୱେଣ୍ଟି ମ୍ୟାଚ୍ । ଏହି ମ୍ୟାଚରେ ବିଜୟୀ ଦଳ ହିଁ ଶୃଙ୍ଖଳା ହାସଲ କରିପାରିବ । ତେଣୁ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ ଦୁଇ ଦଳର କପ୍ତାନ ବିରାଟ କୋହଲୀ ସ କିରଣ ପୋଲାର୍ଡ଼ ।

ଭାରତୀୟ ଦଳ ପ୍ରଥମ ଟି-୨୦ରେ ବିଜୟ ହାସଲ କରିଥିଲେ ମଧ୍ୟ ୨ୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ବୋଲରଙ୍କ କବଜାରେ ପଡ଼ି ପରାଜୟ ବରଣ କରିଥିଲା । କାରବିୟାନ୍ କପ୍ତାନ ପୋଲାର୍ଡ଼ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଅଲରାଉଣ୍ଡର ହୋଇଥିବା ଯୋଗୁଁ ମ୍ୟାଚରେ ସନ୍ତୁଳନତା ରକ୍ଷା କରି କିପରି ମ୍ୟାଚ ହାତେଇବେ ତାହା ତାଙ୍କୁ ବେଶ୍ ଜଣା । ବିରାଟ କୋହଲୀ ଆଜିର ଏହି ମ୍ୟାଚରେ ଘରୋଇ ଦର୍ଶକଙ୍କ ସମର୍ଥନର ପ୍ରଚୁର ସୁଯୋଗ ନେଇ ମ୍ୟାଚରେ ଅଧିକ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ ।

ଟିମ୍ ଇଣ୍ଡିଆର ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା ଦୁଇଟି ମ୍ୟାଚରେ ଅସଫଳ ହୋଇଥିବା ଯୋଗୁଁ ଭାରତୀୟ ଦଳ ଏହି ମ୍ୟାଚରେ ତାଙ୍କଠାରୁ ଅନେକ ଆଶା ରଖିଛି । କାରଣ ୱାଙ୍ଖେଡ଼େ ହେଉଛି ରୋହିତଙ୍କ ଘରୋଇ ପିଚ୍ ।

ଆଜିର ଏହି ୩ୟ ତଥା ଚୂଡ଼ାନ୍ତ ଟି-୨୦ ବେଶ୍ ଉଦ୍ଦିପନାମୂଳକ ତଥା ଉତ୍କଣ୍ଠାପୂର୍ଣ୍ଣ ହେବାର ଆଶା ରହିଛି । ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଦଳଠୁ ଅପେକ୍ଷାକୃତ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ପୋଲାର୍ଡ଼ ବାହିନୀ ସହଜରେ ଭାରତକୁ ଛାଡ଼ିଦେବେ ନାହିଁ ।

ଭାରତୀୟ ଦଳ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲୀ (ଅଧିନାୟକ), ଶ୍ରେୟସ ଆୟାର, ଶିବମ୍ ଦୁବେ, ରବୀନ୍ଦ୍ର ଜାଡ଼େଜା, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଦୀପକ ଚହର ।

Leave A Reply

Your email address will not be published.