Latest Odisha News

BREAKING NEWS

ସୁଖ-ସମୃଦ୍ଧି ଓ ସୁସ୍ଥତାର ମହାଷୌଧି: ‘ଯୋଗ ପ୍ରାଣ ବିଦ୍ୟା’ ବା ପ୍ରାନିକ୍ ହିଲିଙ୍ଗ

ସୁଖ-ସମୃଦ୍ଧି ଓ ସୁସ୍ଥତାର ମହାଷୌଧି: ‘ଯୋଗ ପ୍ରାଣ ବିଦ୍ୟା’ ବା ପ୍ରାନିକ୍ ହିଲିଙ୍ଗ

( ଲେଖିକା – ଅଧ୍ୟାପିକା ଶୁଭଶ୍ରୀ ମିଶ୍ର ‘ଯୋଗ-ପ୍ରାଣ-ବିଦ୍ୟା’ର ସାଧିକା ତଥା ଜଣାଶୁଣା ପ୍ରାନିକ୍ ହିଲର୍ )

ଯୋଗ-ପ୍ରାଣ-ବିଦ୍ୟା ବା ‘ପ୍ରାନିକ୍ ହିଲିଙ୍ଗ’ ସୂକ୍ଷ୍ମ ଶରୀର ଓ ସ୍ଥୂଳ ଶରୀରର ଉପଚାରକୁ ବୁଝାଇଥାଏ । ଆମେମାନେ ପୂର୍ବରୁ ‘ରେକୀ ହିଲିଙ୍ଗ’ କଥା ଜାଣିଛେ । ରେକିରେ ପ୍ରାଣଶକ୍ତିକୁ ଆହ୍ୱାନ କରି ସ୍ପର୍ଶ ଦ୍ୱାରା ମଣିଷକୁ ରୋଗ ଉପଚାର କରାଯାଇଥାଏ । କିନ୍ତୁ ପ୍ରାନିକ୍ ହିଲିଙ୍ଗ ଏକ ପ୍ରକାର ବିନା ସ୍ପର୍ଶର ଉପଚାର ଅଟେ । ପ୍ରାଣ ଶକ୍ତିକୁ ଆହ୍ୱାନ କରି ଏହି ଶକ୍ତି ମାଧ୍ୟମରେ ସ୍ପର୍ଶ ବିନା ଯାବତୀୟ ସମସ୍ୟା ଏବଂ ବିଶେଷକରି ଷଡ଼ରିପୁ ଦ୍ୱାରା ଆକ୍ରାନ୍ତ ହୋଇ ସୃଷ୍ଟି ହୋଇଥିବା ଯାବତୀୟ ମାନସିକ ବ୍ୟାଧିର ସରଳ ଉପଚାର କରାଯାଇଥାଏ ।

ପ୍ରକୃତରେ ବ୍ୟାଧି ହିଁ ମଣିଷର ପ୍ରଧାନ ରିପୁ । ଏମିତିବି କାମ, କ୍ରୋଧ, ମଦ ଓ ମାଶ୍ଚର୍ଯ୍ୟ ପରି ଷଡ଼ରିପୁ ମଣିଷକୁ ମାନସିକ ସ୍ତରରେ ବ୍ୟାଧି ଗ୍ରସ୍ତ କରିଦେଇଥାଏ । ଏହି ଷଡ଼ରିପୁରରେ କବଳିତ ହୋଇ ନିଜର ମାନସିକ ଭାରସ୍ୟାମ ହରାଇଥାଏ ମଣିଷ । ଫଳରେ ଅତ୍ୟଧିକ କାମାସକ୍ତ, ଅସୂୟା ଭାବନା, କ୍ରୋଧାନ୍ୱିତ, ଅନ୍ୟ ପ୍ରତି ଘୃଣା ଭାବନା, ଇର୍ଷା ଏବଂ ଅସହିଷ୍ଣୁତା ପରି ନାନା ପ୍ରକାର ନକାରାତ୍ମକ ଭାବନା ମଣିଷର ହୃଦୟ, ମନ ଓ ଆତ୍ମାକୁ କବଳିତ କରିଥାଏ । ଏହିସବୁ ନକାରାତ୍ମକ ଭାବନା ଦ୍ୱାରା ମନ ବିଷାକ୍ତ ହୋଇଯିବା ଦ୍ୱାରା ଧିରେ ଧିରେ ଶରୀରରେ ପ୍ରାଣଶକ୍ତି ବା ‘ଉର୍ଜା’ର କ୍ଷୟ ଘଟିଥାଏ । ଆମେ ତାକୁ କହୁ ଶାରୀରିକ ଅସୁସ୍ଥତା ବା ମାନସିକ ଅସ୍ଥିରତା । ତେବେ ‘ଯୋଗ-ପ୍ରାଣ-ବିଦ୍ୟା’ ବା ‘ପ୍ରାନିକ୍ ହିଲିଙ୍ଗ’ ଅଭ୍ୟାସ ଦ୍ୱାରା ଧିରେ ଧିରେ ଏହିସବୁ ନକାରାତ୍ମକ ଭାବନା ବା ମାନସିକ ବ୍ୟାଧି ଦୂର ହୋଇ ନିଜର ମାନସିକ ସନ୍ତୁଳନତା ରକ୍ଷା ହେବା ସହିତ ସମଗ୍ର ଜୀବଜଗତର ହିତ ସାଧନ ହୋଇଥାଏ ।

ସାଧାରଣ ମନକୁ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ, ଏହା କିପରି ସମ୍ଭବ ହୋଇଥାଏ? କିନ୍ତୁ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ଉପଚାର କରାଯାଇ ଅସୁସ୍ଥ ମନ ଓ ଶରୀରକୁ ଚିକିତ୍ସା କରାଯାଇଥାଏ । ଏହା ସମ୍ଭବ ହୋଇଥାଏ ଧ୍ୟାନ ବା ମେଡ଼ିଟେସନ ଦ୍ୱାରା । ସାଧାରଣତଃ ମାନସିକ ରୋଗଗ୍ରସ୍ତ ଲୋକମାନଙ୍କୁ ନକାରାତ୍ମକ ଭାବନା ବା ନେଗେଟିଭ୍ ଥିଁକିଙ୍ଗ, ଆଶ୍ଥମା, ଥାଇରଏଡ଼, ଡ଼ାଇବେଟିସ, ଫିଡ଼ସ, ହାଇ ବ୍ଲଡ଼ ପ୍ରେସର ଆଦି ରୋଗର ଚିକିତ୍ସା ଏହି ‘ଯୋଗ-ପ୍ରାଣ-ବିଦ୍ୟା’ ଦ୍ୱାରା ହିଁ ସମ୍ଭବ ହୋଇଥାଏ ।

ଏପରିକି ଏହି ‘ଯୋଗ-ପ୍ରାଣ-ବିଦ୍ୟା’ ବା ‘ପ୍ରାନିକ୍ ହିଲିଙ୍ଗ’ ଦ୍ୱାରା ରିଲେସନସିପ ପ୍ରୋବ୍ଲେମ ବା ସମ୍ପର୍କଗତ ଅସୁବିଧା ମଧ୍ୟ ଦୂର କରାଯାଇଥାଏ । ‘ଯୋଗ-ପ୍ରାଣ-ବିଦ୍ୟା’ ରେ ମୁଖ୍ୟ ପଦ୍ଧତି ହେଲା ଧ୍ୟାନ ଓ ପ୍ରାଣାୟାମ । ଧ୍ୟାନ ଓ ପ୍ରାଣାୟାମ କରିବା ଦ୍ୱାରା ଏନର୍ଜି ବଡ଼ି ବା ଉର୍ଜାର ଶରୀର ବେଶ୍ ଶକ୍ତିଶାଳୀ ହୋଇଥାଏ । ତେଣୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ଘଟିଥାଏ ।

 

ନିର୍ଦ୍ଦେଶ ମୁତାବକ ସଠିକ୍ ଭାବେ ପ୍ରାଣାୟାମ ବା ବ୍ରିଦିଙ୍ଗ୍ କରିବା ଦ୍ୱାରା ଚିନ୍ତା, ଭୟ, ଉନ୍ମାଦନା ତଥା ମାନସିକ ଅବସାଦ ଦୂର ହୋଇଥାଏ । ଅନ୍ୟପ୍ରତି ଘୃଣା ଓ କ୍ରୋଧ କରିବା ଦ୍ୱାରା ମନୁଷ୍ୟର ନିଜର ହିଁ କ୍ଷତି ଘଟିଥାଏ । ଆମର ଭାବନା ଯେପରି ହୋଇଥାଏ ଆମ ନିଜ ଦୈନନ୍ଦିନ ଜୀବନରେ ମଧ୍ୟ ସେହିପରି ଘଟିଥାଏ ।

ତେଣୁ ‘ପ୍ରାନିକ୍ ହିଲିଙ୍ଗ’ ବା ‘ଯୋଗ-ପ୍ରାଣ-ବିଦ୍ୟା’ରେ ଗଭୀର ଧ୍ୟାନ ମାଧ୍ୟମରେ କ୍ଷମା ସାଧନା କରାଯାଇଥାଏ । ଯାହାଦ୍ୱାରା ମନୁଷ୍ୟ ନିଜର ସମସ୍ତ ପ୍ରକାର ନକାରାତ୍ମକ ଗୁଣ ନିଜ ଭିତରୁ ତ୍ୟାଗ କରି ଧିରେ ଧିରେ ସକାରାତ୍ମକ ହେବାକୁ ଚେଷ୍ଟା କରିଥାଏ । ଏହାଦ୍ୱାରା ନିଜର ଏବଂ ପରିବେଶର ହିତ ସାଧନ ହେବା ସହିତ ମାନସିକସ୍ତରରେ ମଣିଷ ବେଶ୍ ଦୃଢ ହୋଇଥାଏ ।

ଭଗବାନ ସଦା ସର୍ବଦା ସତ୍ ଓ ଶାନ୍ତି ପ୍ରତିଷ୍ଠା ନିମନ୍ତେ ସଜାଗ ରହିଥାଆନ୍ତି, ତେଣୁ ଇଶ୍ୱରଙ୍କ ଜଣେ ଶାନ୍ତିର ଦୂତ ହୋଇ ଅନ୍ୟମାନଙ୍କ ର ହୀତାର୍ଥେ ମନୋଭାବ ରଖିଲେ ସୁଖ ଓ ସମୃଦ୍ଧି ବିରାଜମାନ କରିଥାଏ । ‘ସର୍ବେ ଭବନ୍ତୁ ସୁଖିନଃ’ ଏହି ମନୋଭାବ ଯଦି ଆମ ହୃଦୟ ଭିତରେ ମନ୍ତ୍ର ହୋଇଯାଏ ତେବେ ଆମ ନିଜର ନିଶ୍ଚିତ ମଙ୍ଗଳ ହେବା ସହିତ ସମଗ୍ର ପୃଥିବୀର ମଧ୍ୟ ମଙ୍ଗଳସାଧନ ହୋଇଥାଏ ।

ସିଡ଼ିଏ, କଟକ
ମୋ – ୭୯୮୦୫୪୯୩୯୭

Leave A Reply

Your email address will not be published.