Latest Odisha News

BREAKING NEWS

ରଣଜୀ ଟ୍ରଫି: ବେଙ୍ଗଲ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ସେମିରେ

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବେଙ୍ଗଲ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସେମିଫାଇନାଲରେ ପ୍ରବେଶ କରି ସାରିଛନ୍ତି । ପଞ୍ଜାବ ଓ ସୌରାଷ୍ଟ୍ର ମଧ୍ୟରୁ ଅନ୍ତିମ ଟିମ ସେମିକୁ ଉନ୍ନୀତ ହେବା ପରେ ଏହାର ଲାଇନ ଅପ ଚୂଡାନ୍ତ ହେବ । ପଶ୍ଚିମବଙ୍ଗ ୯ ୱିକେଟରେ ଝାଡଖଣ୍ଡକୁ ପରାସ୍ତ କରିଥିବା ବେଳେ ମଧ୍ୟପ୍ରଦେଶ ୫ ୱିକେଟରେ ଆନ୍ଧ୍ରପ୍ରଦେଶକୁ ହରାଇ ସେମିକୁ ଉନ୍ନୀତ ହୋଇଛି । ଅନ୍ୟ ଏକ କ୍ୱାର୍ଟର ଫାଇନାଲ ମୁକାବିଲାରେ କର୍ଣ୍ଣାଟକ ୨୮୧ ରନରେ ଉତରାଖଣ୍ଡକୁ ପରାସ୍ତ କରିଛି । ସୌରାଷ୍ଟ୍ର ଓ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ରୋମାଂଚକ ସ୍ଥିତିରେ ପଂହଚିଛି ।

ଅନ୍ତିମ ଦିବସରେ ପଞ୍ଜାବକୁ ୨୦୦ରନ ଏବଂ ସୌରାଷ୍ଟ୍ରକୁ ବିଜୟ ହାସଲ ପାଇଁ ୮ ୱିକେଟର ଆବଶ୍ୟକତା ରହିଛି । ସୌରାଷ୍ଟ୍ର ପ୍ରଥମ ଇନିଂସରେ ୩୦୩ ରନ କରିଥିବା ବେଳେ ପଞ୍ଜାବ ୪୩୧ ରନ କରିଥିଲା । ଦ୍ୱିତୀୟ ଇନିଂସରେ ସୌରାଷ୍ଟ୍ର ୩୭୯ ରନ କରିଥିଲା । ଫେବୃୟାରୀ ୮ରେ ୨ଟି ଯାକ ସେମିଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.