Latest Odisha News

ବାତିଲ୍‌ ହେଲା ଡାକ୍ତର ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ୍‌

କୋଲକାତା: ବାତିଲ୍‌ ହେଲା ଡାକ୍ତର ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ୍‌ । ଆରଜି କର ମେଡିକାଲ୍‌ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ ବାତିଲ କରିଛନ୍ତି ପଶ୍ଚିମବଙ୍ଗ ମେଡିକାଲ୍‌ କାଉନସିଲ୍‌ । ଗିରଫର ୧୩ ଦିନ ବିତିଥିଲେ ବି କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେଇ ନ ଥିଲେ ସନ୍ଦୀପ । ତେଣୁ ତତ୍କାଳ ରେଜିଷ୍ଟ୍ରେସନ ବାତିଲ ନେଇ ନିର୍ଦ୍ଦେଶ ଜାରି କଲେ ପଶ୍ଚିମବଙ୍ଗ ମେଡିକାଲ୍‌ କାଉନସିଲ୍‌ ।

ସୂଚନା ଅନୁସାରେ, ଜୁନିଅର ଡାକ୍ତରକୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦରେ ଥିଲେ ସନ୍ଦୀପ । ସନ୍ଦୀପଙ୍କୁ ଦୁର୍ନୀତି ମାମଲାରେ ସିବିଆଇ ପୂର୍ବରୁ ଗିରଫ କରି ସାରିଛି । ସେପଟେ ଆରଜି କର ମେଡିକାଲ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାରେ ଜାଣିଶୁଣି ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ ବୋଲି କୋର୍ଟଙ୍କୁ ଅବଗତ କରାଇଛି ସିବିଆଇ । ଗତକାଲି ସିବିଆଇ ପୋଲିସ ଏବଂ ଗୁଇନ୍ଦା ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପରେ ଶ୍ରୀ ଘୋଷ ଡାକ୍ତରଖାନାରେ ପହଞ୍ଚିଥିଲେ। ତେଣୁ ଏହା ସନ୍ଦେହ ସୃଷ୍ଟି କରିଥିବା ସିବିଆଇ କୋର୍ଟରେ କହିଛି । ଏହାସହ ଘଟଣାସ୍ଥଳରେ ଥାଇ ଶ୍ରୀ ଘୋଷ ଅନ୍ୟ କାହା ସହ କଥା ହେଉଥିଲେ ଏବଂ ତାଙ୍କ କହିବା ଅନୁସାରେ କାର୍ଯ୍ୟ କରୁଥିଲେ ବୋଲି ସିବିଆଇ କହିଛି।

Leave A Reply

Your email address will not be published.