ମୁମ୍ବାଇ: ତୃଣମୂଳ କଂଗ୍ରେସ(ଟିଏମସି) ର ପୂର୍ବତନ ସାଂସଦ ତଥା ଅଭିନେତା ତାପସ ପାଲଙ୍କ ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ପାଲଙ୍କର ୬୧ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଥିବା ଜଣାପଡିଛି ।
ମୁମ୍ବାଇରୁ କୋଲକାତା ଫେରିବା ପାଇଁ ମୁମ୍ବାଇ ବିମାନବନ୍ଦରରେ ଅପେକ୍ଷା କରିଥିବାବେଳେ ତାଙ୍କୁ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ୨୦୧୬, ଡିସେମ୍ବର ୩୦ରେ ତାପସ ଗିରଫ ହୋଇ ଜେଲ ଯାଇଥିଲେ । ୧୩ ମାସରୁ ଉର୍ଦ୍ଧ୍ବ ସମୟ ସେ ଜେଲରେ କାଟିଥିଲେ ।
ତାପସ ବଙ୍ଗଳା ସିନେମା ଜଗତର ଜଣେ ପ୍ରଖ୍ୟାତ ଅଭିନେତା ହୋଇଥିବାବେଳେ ଓଡ଼ିଆ-ବଙ୍ଗଳା ଦ୍ୱିଭାଷୀ ଫିଲ୍ମରେ ମଧ୍ୟ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ୧୦୦ ରୁ ଅଧିକ ସିନେମା ରେ ନିଜ ନିଖୁଣ ଅଭିନୟର ଯାଦୁ ଦେଖାଇଛନ୍ତି ।
Comments are closed.