Latest Odisha News

ଅଫିସ ଯିବା ପାଇଁ ପୁରା ବସ ବୁକିଂ କରିଦେଲେ ଯୁବକ

ବେଙ୍ଗାଲୁରୁ : ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ଅଫିସ ଯିବା ପାଇଁ ଘଣ୍ଟାକ ପୂର୍ବରୁ ଘରୁ ବାହାରିଥାନ୍ତି । ଟ୍ରାଫିକ୍ ସମସ୍ୟା ହେଉ ବା ଅନ୍ୟ କୌଣସି କାରଣ । ସମସ୍ତେ ଚାହାଁନ୍ତି ଠିକ୍ ସମୟରେ ଅଫିସରେ ପହଞ୍ଚିବା ପାଇଁ । ପୁଣି ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତୟାତବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କେତେବେଳେ ଲୋକଙ୍କୁ ବସିବା ପାଇଁ ସିଟ୍ ମିଳେନି ତ ଆଉ କେତେବେଳେ ଠେଲାପେଲାରେ ଠିଆ ହୋଇ ଅଫିସ ଯିବାକୁ ପଡେ । ଦେଶରେ ସବୁଆଡେ ଏପରି ସ୍ଥିତି ଦେଖିବାକୁ ମିଳୁଥିବାବେଳେ ବେଙ୍ଗାଲୁରୁ କଥା ନ କହିଲେ ଭଲ । ଏଠାରେ ଲୋକ ଘଣ୍ଟା ଘଣ୍ଟା ଯାଏଁ ଟ୍ରାଫିକରେ ଫସି ରହିଥାନ୍ତି ଲୋକେ । ସେଥିପାଇଁ ଏଠାକାର ଲୋକ ଅଫିସ ଟାଇମରୁ ୩-୪ଘଣ୍ଟା ପୂର୍ବରୁ ଘରୁ ବାହାରିଥାନ୍ତି ।

କିନ୍ତୁ ବେଙ୍ଗାଲୁର ବସ ସର୍ଭିସରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବେଙ୍ଗାଲୁରରେ ଜଣେ ଯାତ୍ରୀଙ୍କ ପାଇଁ ଗୋଟିଏ ବସ ଯାତାୟତ କରୁଛି । ଯାତ୍ରୀଜଣକ ଅଫିସ ଯିବା ପାଇଁ ଏହି ବସଟି ବ୍ୟବହାର କରିଥାନ୍ତି । ଏଥିରେ ଡ୍ରାଇଭର ଓ ହେଲପର ମଧ୍ୟ ଅଛନ୍ତି । ପ୍ରତିଦିନ ତାଙ୍କୁ ଅଫିସ ନେବାଆଣିବା ପାଇଁ ବସଟି ଆସୁଛି । ଏସମ୍ପର୍କରେ ଖୋଦ୍ ଯାତ୍ରୀ ହରିହରେନ ନିଜ ସୋସିଆଲ ମିଡିଆରେ ଫଟୋ ଭାଇରାଲ କରିଛନ୍ତି ।

Comments are closed.