Latest Odisha News

BREAKING NEWS

ପୋଷା କୁକୁରଙ୍କୁ ଭୁଲି ପାରୁ ନାହାନ୍ତି ଏହି ଅଟୋ ଡ୍ରାଇଭର…ଯାତ୍ରୀ ବି ହେଉଛନ୍ତି ଭାବପ୍ରବଣ

ବେଙ୍ଗାଲୁର: ବେଙ୍ଗାଲୁରର ଏକ ଅଟୋ ଡ୍ରାଇଭର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି । ସେ ତାଙ୍କ ପୋଷା କୁକୁରଙ୍କୁ ବେଶୀ ଭଲ ପାଉଥିଲେ । କୁକୁରଟି ମରିଯିବା ପରେ ସେ ତାର ଫଟୋ ଅଟୋରେ ଲଗାଇଛନ୍ତି । ୪ମାସର ହୋଇଥିବା ବେଳେ ତାଙ୍କ କୁକୁର ମରି ଯାଇଥିଲା । ଯାହା ଏବେ ବି ତାଙ୍କୁ ଭାବପ୍ରବଣ କରୁଛି । ଯାତ୍ରୀମାନଙ୍କ ସହ ସେ ତାଙ୍କର ପୋଷା କୁକୁରଙ୍କ ବିଷୟରେ ଗପନ୍ତି । ନିଜ କୁକୁର ମରିଯିବା ପରେ ସେ ବୁଲା କୁକୁରଙ୍କୁ ଖାଦ୍ୟ ଯୋଗାଇଛନ୍ତି । ସେମାନଙ୍କୁ ସେ ସାଧାଣର ବିସ୍କୁଟ ଖାଇବାକୁ ନ ଦେଇ ଦାମୀ ଡଗ ବିସ୍କୁଟ ଦେଇଥାନ୍ତି ।

ଏହା ଦେଖି ଅନେକ ଯାତ୍ରୀ ତାଙ୍କୁ କୁକୁରମାନଙ୍କୁ ଖୁଆଇବା ପାଇଁ ଅର୍ଥ ଦେଇଥାନ୍ତି । ଡ୍ରାଇଭରଜଣଙ୍କ ନିଜେ ସେ ଅର୍ଥ ଖର୍ଚ୍ଚ ନ କରି ସେମାନଙ୍କୁ ଭଲ ଭଲ ଖାଦ୍ୟ ଦେଇଥାନ୍ତିି । ଜଣେ ୟୁଜର୍ସ ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପକାଇଥିଲେ । ଯାହା କି ଖୁବ କମ ସମୟରେ ଭାଇରାଲ ହୋଇଥିଲା । ସମସ୍ତେ ଅଟୋ ଡ୍ରାଇଭରଙ୍କୁ ତାଙ୍କ କାର୍ଯ୍ୟ ନେଇ ପ୍ରଶଂସା କରିବା ସହ ମରିଯାଇଥିବା କୁକୁର ପାଇଁ ଦୁଃଖପ୍ରକାଶ କରିଛନ୍ତି ।

Comments are closed.