Latest Odisha News

BREAKING NEWS

ବିରାଟଙ୍କ ପବ୍‌ ବିରୋଧରେ ମାମଲା ରୁଜୁ 

ବେଙ୍ଗାଲୁରୁ: କ୍ରିକେଟ୍‌ ତାରକା  ବିରାଟ କୋହଲିଙ୍କର ମାଲିକାନାରେ ଥିବା ଏକ ପବ ଉପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବେଙ୍ଗାଲୁରୁର ଏମଜି ରୋଡ଼ରେ ରହିଥିବା କୋହଲିଙ୍କର ୱାନ୮ କମ୍ୟୁନ ପବ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିଥିଲା। ଏନେଇ ପୋଲିସ ପକ୍ଷରୁ ୱାନ୮ କମ୍ୟୁନ୍ ପବ୍ ସମେତ ଅନ୍ୟ ପବ୍ ବିରୋଧରେ ଏଫଆଇଆର ଦାୟର କରାଯାଇଛି।

ଡିସିପି ସେଣ୍ଟ୍ରାଲଙ୍କ ଅନୁଯାୟୀ, ପବ୍ ଗୁଡିକୁ ରାତି ୧ଟା ପର୍ଯ୍ୟନ୍ତ ଖୋଲିବାର ଅନୁମତି ରହିଥିବା ବେଳେ ଏହା ୧.୩୦ ପର୍ଯ୍ୟନ୍ତ ଖୋଲି ରହିଥିଲା। ନିୟମ ଉଲ୍ଲଘଂନ କରାଯାଉଥିବା ଯୋଗୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତକାଲି ବିଳମ୍ବିତ ରାତି ୧.୩୦ ସୁଦ୍ଧା ୩-୪ଟି ପବ୍ ବୁକ୍ କରାଯାଇଥିଲା। ପବ ଗୁଡିକରେ ଉଚ୍ଚସ୍ବରରେ ମ୍ୟୁଜିକ ବଜା ଯାଉଥିବା ନେଇ ଅଭିଯୋଗ ମଧ୍ଯ ହୋଇଥିଲା।

ତେବେ ଏହି ମାମଲାକୁ ନେଇ ତଦନ୍ତ ଜାରି ରହିଛି ଏବଂ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।

Comments are closed.