Latest Odisha News

BREAKING NEWS

ଫ୍ରିଜରୁ ମିଳିଲା ମହିଳାଙ୍କ ଶରୀରର ୩୦ ଖଣ୍ଡ ଅଂଶ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା। କେହି ମହିଳାଙ୍କ ଶରୀରକୁ ୩୦ ଖଣ୍ଡ କରି ଫ୍ରିଜରେ ଭର୍ତ୍ତି କରିଦେଇଥିବା ଜଣାପଡିଛି।

ମହିଳାଙ୍କୁ ଚାରିରୁ ପାଞ୍ଚ ଦିନ ତଳେ ହତ୍ଯା କରାଯାଇଥିବା କୁହାଯାଉଛି। ବର୍ତ୍ତମାନ ପୋଲିସ ଘଟଣାର ଛାନଭିନ କରୁଥିବା ବେଳେ ଏହି ଘଟଣାର ତଦନ୍ତ ପାଇଁ ୮ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହାବ୍ୟତୀତ ମହିଳାଙ୍କ ସିଡିଆର ସ୍କାନ ମଧ୍ୟ କରାଯାଉଛି।

ବେଙ୍ଗାଲୁରୁର ବ୍ୟାଲିକାବଲ ଥାନା ଅଧିନରେ ଥିବା ଭେରାନନା ରୋଡ ସ୍ଥିତ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘରୁ ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ସୂଚନା ଦିଆଯାଇଥିଲା, ଯାହା ପରେ ଏହି ଲୋମଟାଙ୍କୁରା ଘଟଣା ଲୋକଲୋଚନକୁ ଆସିଥିଲା। ଶରୀରକୁ ୩୦ ଖଣ୍ଡ କରି ୧୬୫ ଲିଟର୍ ସିଙ୍ଗିଲ୍ ଡୋର୍ ବାଲା ଫ୍ରିଜରେ ରଖିଥିଲା ଦୁର୍ବୃତ୍ତ।

ପୋଲିସର ସୂଚନାନୁସାରେ, ମହିଳାଙ୍କ ନାମ ମହାଲକ୍ଷ୍ମୀ ହୋଇଥିବା ବେଳେ ସେ ନେପାଳର ବାସିନ୍ଦା। ସେ ବହୁ ବର୍ଷ ଧରି ବେଙ୍ଗାଲୁରୁରେ ରହୁଥିଲେ। ତାଙ୍କ ସ୍ୱାମୀ ବେଙ୍ଗାଲୁରୁ ନିକଟସ୍ଥ ଏକ ଆଶ୍ରମରେ କାମ କରୁଥିବା ଜଣାପଡିଛି।

ତେବେ ଏହି ଘଟଣା ଦିଲ୍ଲୀରେ ୨୦୨୨ ମସିହାରେ ଘଟିଥିବା ଶ୍ରଦ୍ଧା ୱାକର୍ ହତ୍ୟାକାଣ୍ଡକୁ ମନେ ପକାଇଦେଇଛି।

 

Comments are closed.