Latest Odisha News

ଏକାଠି ଶୋଇଥିଲେ ଦୁଇ ସାଙ୍ଗ, ସକାଳୁ ଚାଲିଗଲା ଜଣେ ସାଙ୍ଗର ଜୀବନ

ଫିଲ୍ମର କାହାଣୀ ଭଳି ରହସ୍ଯଜଣକ ଭାବେ ସାଙ୍ଗର ହତ୍ଯା

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ମହିଳାଙ୍କୁ ରାତାରାତି ହତ୍ୟା କରାଯାଇଛି। ଘଟଣା ସମୟରେ ମହିଳା ଜଣଙ୍କ ଐଶ୍ୱର୍ଯ୍ୟା ନାମକ ଜଣେ ସାଙ୍ଗଙ୍କ ସହ ଶୋଇଥିଲେ। ବନ୍ଧୁଙ୍କ ସହ ଏତେ ନିକଟରେ ଶୋଇଥିଲେ ମଧ୍ୟ କିପରି ଆଉଜଣେ ସାଙ୍ଗର ମୃତ୍ୟୁ ଘଟିଲା ତାହା ଜାଣିପାରିଲେ ନାହିଁ। ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଏନେଇ ଐଶ୍ୱର୍ଯ୍ୟା ପୋଲିସକୁ ସୂଚନା ଦେଇଥିଲେ। ଏହି ମାମଲାରେ ମୃତ ନବ୍ୟାଶ୍ରୀଙ୍କ ସ୍ୱାମୀ କିରଣଙ୍କୁ ପୋଲିସ ଗିରଫ କରିଛି।
ନବ୍ୟାଶ୍ରୀଙ୍କ ବନ୍ଧୁ ଐଶ୍ୱର୍ଯ୍ୟାଙ୍କ କହିବାନୁସାରେ, ଅଗଷ୍ଟ ୨୭ ତାରିଖ ସକାଳେ ନବ୍ୟାଶ୍ରୀ ତାଙ୍କ ସହ କଥା ହୋଇଥିଲେ। ଏହା ପରେ ସେ ତାଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ନବ୍ୟାଶ୍ରୀ ଓ ସ୍ବାମୀ କରିଣଙ୍କ ମଧ୍ଯରେ ସବୁବେଳେ ଝଗଡା ହେଉଥିବା ସାଙ୍ଗଙ୍କୁ କହିଥିଲେ। ବହୁ ସମୟ କଥାବାର୍ତ୍ତା ହେବା ପରେ ଦୁହେଁ ଏକାଠି ଶୋଇବାକୁ ଯାଇଥିଲେ। ସକାଳୁ ବେଡସିଟ୍ ଓଦା ଲାଗିବାରୁ ହଠାତ୍ ଐଶ୍ୱର୍ଯ୍ୟାଙ୍କ ନିଦ ଭାଙ୍ଗି ଯାଇଥିଲା। ତାପରେ ଦେଖିଲା ବେଳକୁ ପାଖରେ ସାଙ୍ଗର ରକ୍ତ ଜୁଡୁବୁଡୁ ମୃତ ଦେହ ପଡିଛି।

ତେବେ ତିନି ବର୍ଷ ପୂର୍ବେ ନବ୍ୟାଶ୍ରୀ ଏବଂ କିରଣ ବିବାହ କରିଥିଲେ। ନବ୍ୟାଶ୍ରୀ ଜଣେ କୋରିଓଗ୍ରାଫର ଥିବାବେଳେ କିରଣ କ୍ୟାବ ଚଳାଉଥିଲେ।

Comments are closed.