ନୂଆଦିଲ୍ଲୀ: ସ୍ଲେଭୋନିଆର ଷ୍ଟାର ଫରୱାର୍ଡ ଖେଳାଳି ବେଞ୍ଜାମିନ ସେସ୍କୋଙ୍କୁ ମାଂଚେଷ୍ଟର ୟୁନାଇଟେଡ ବିଶ୍ୱାସ ନ ହେଲା ପରି ଅର୍ଥରେ ଚୁକ୍ତିବଦ୍ଧ କରିଛି । ରିପୋର୍ଟ ମୁତାବକ ୮୫ ମିଲିୟନ ୟୁରୋ ଏହି ଚୁକ୍ତି ହୋଇଛି । ଯାହାର ମୂଲ୍ୟ ଭାରତୀୟ କରେନ୍ସିରେ ୮୬୫ କୋଟି ଟଙ୍କା ହେବ । ୨୨ ବର୍ଷୀୟ ଏହି ଯୁବ ଫରୱାର୍ଡ ୫ ବର୍ଷ ଚୁକ୍ତି ମିଆଦ ପାଇଁ ରାଜି ହୋଇଛନ୍ତି । ଗତ ସିଜନରେ କ୍ଲବ ପ୍ରିମିୟର ଲିଗରେ ମାଂଚେଷ୍ଟର ନୈରାଶ୍ୟଜନକ ୧୫ତମ ସ୍ଥାନରେ ରହିଥିଲା । ଯାହା ପରେ ଦଳ କିଛି ବଡ ଧରଣର ପରିବର୍ତନ କରିବ ବୋଲି ଅନୁମାନ କରାଯାଉଥିଲା ।
ରସମୁସ ହାଜେଲଉଡ ଓ ଜୋଶୁଆ ଜିରକାନୀ ସମ୍ପୂର୍ଣ୍ଣ ଲିଗରେ ୧୮ ଗୋଲ ସ୍କୋର କରିଥିଲେ । ଦଳ ରେକର୍ଡ ୧୭ଥର ପରାଜିତ ହୋଇଥିଲା । ସେସ୍କୋଙ୍କ ଉପସ୍ଥିତି ଦଳର ଗୋଲ ସ୍କୋର ସଂଖ୍ୟା ବୃଦ୍ଧି କରିବ ବୋଲି ଅନୁମାନ କରାଯାଉଛି । ସେସ୍କୋଙ୍କୁ ପୂର୍ବ ୟୁନାଇଟେଡ ଷ୍ଟ୍ରାଇକର ଜାଲ୍ଟନ ଇବ୍ରାହିମୋଭିଚଙ୍କ ସହ ତୁଳନା କରାଯାଉଛି । ୟୁନାଇଟେଡ ସହ ଜଡିତ ହେବା ପୂର୍ବରୁ ସେ ଲାଇପିଜିଙ୍ଗ ପକ୍ଷରୁ ଚମତ୍କାର ପ୍ରଦର୍ଶନ କରିଥିଲେ । ଜାତୀୟ ଦଳ ପକ୍ଷରୁ ମଧ୍ୟ ତାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି ।
Comments are closed.